ସ୍ୱାସ୍ଥ୍ୟ ଅନୁଗୁଳରେ ହେଉଛି କମ ଆରଟିପିସିଆର ପରୀକ୍ଷା Angul OnlineMay 30, 2021May 30, 2021 ଅନୁଗୁଳ – କରୋନାର ପ୍ରକୋପକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବ୍ୟାପକ ପରୀକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି । ଆଣ୍ଟିଜେନ ଅପେକ୍ଷା ଆର୍ଟିପିସିଆର ପରୀକ୍ଷାକୁ ଗୁରୁତ୍ବ ଦେବା ପାଇଁ ବାରମ୍ବାର ନିର୍ଦେଶ ଦିଆଯାଉଛି । ହେଲେ ଅନୁଗୁଳ ଜିଲାରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ଆର୍ଟିପିସିଆର ଅପେକ୍ଷା ଆଣ୍ଟିଜେନ ପରୀକ୍ଷା ଅଧିକ ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମେ’୨୩ରୁ ୨୯ ତାରିଖ ଏହି ଏକ ସପ୍ତାହର ବିଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ ଅନୁଗୁଳ ଜିଲାର ପରୀକ୍ଷା ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛି, ତାହା ନୈରାଶ୍ୟଜନକ ରହିଛି । ସଂକ୍ରମଣ ହାରରେ ଅନୁଗୁଳ ଜିଲାର ସ୍ଥାନ ରାଜ୍ୟରେ ନବମ ସ୍ଥାନରେ ରହିଛି । ଜିଲାର ସଂକ୍ରମଣ ହାର ଏହି ଗୋଟିଏ ସପ୍ତାହରେ ୧୯.୯୧ ପ୍ରତିଶତ ରହିଛି । ଅର୍ଥାତ ପ୍ରତି ଶହେଟି କରୋନା ପରୀକ୍ଷାରୁ ଏତିକି ସଂଖ୍ୟକ ପଜିଟିଭ ଆସୁଛି । ଅପରପକ୍ଷେ ତଥ୍ୟ ଅନୁଯାୟୀ, ଜିଲାରେ ୮୭ପ୍ରତିଶତ ଆଣ୍ଟିଜେନ ପରୀକ୍ଷା ହେଉଛି । ମାତ୍ର ୧୩ ପ୍ରତିଶତ ଆରଟିପିସିଆର ପରୀକ୍ଷା କରାଯାଇଛି । କରୋନାର ସଂକ୍ରମଣ ସଂପର୍କରେ ଆଣ୍ଟିଜେନ ଅପେକ୍ଷା ଆରଟିପିସିଆର ଅଧିକ ସଠିକ ତଥ୍ୟ ଦେଇଥାଏ । ଏବେ ମାତ୍ର ୧୩ ପ୍ରତିଶତର ଆରଟିପିସିଆର ପରୀକ୍ଷାରେ ଯଦି ସଂକ୍ରମଣ ହାର ପ୍ରାୟ ୨୦ ପ୍ରତିଶତ ରହିଛି, ତେବେ ଯଦି ଅଧିକ ସଂଖ୍ୟକ ଏହି ପରୀକ୍ଷା କରାଯାଏ, ତେବେ ଜିଲାରେ ସଂକ୍ରମଣ ହାର କେଉଁ ଉଚ୍ଚରେ ପହଞ୍ଚିବ, ତାହା ସହଜରେ ଅନୁମେୟ । ଅନ୍ୟ କୌଣସି ଜିଲାରେ ଏତେ କମ୍ ସଂଖ୍ୟକ ଆରଟିପିସିଆର ପରୀକ୍ଷା ହେଉନି । ଅନୁଗୁଳ ଜିଲାର ସାମାନ୍ୟ ଉପରେ ରହିଛି ସମ୍ବଲପୁର । ସେହି ଜିଲାରେ ୧୪ ପ୍ରତିଶତ ଆରଟିପିସିଆର ପରୀକ୍ଷା କରାଯାଉଛି । ଅର୍ଥାତ ଆରଟିପିସିଆର ପରୀକ୍ଷାରେ ଅନୁଗୁଳ ଜିଲାର ନମ୍ବର ହେଉଛି ୩୦ତମ । Advertisement
ଅନୁଗୁଳରେ ଚାଲିବ ଅଟୋ-ଆମ୍ବୁଲାନ୍ସ – କରୋନା ଆକ୍ରାନ୍ତଙ୍କୁ ମେଡିକାଲ ନେବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ସହର ଅପେକ୍ଷା ଗାଁ ମାନଙ୍କରେ କରୋନା ଆକ୍ରାନ୍ତ ସଂଖ୍ୟା ଅଧିକ ବାଢୁଛି । ସେହି ଗାଁ ଆକ୍ରାନ୍ତ ମାନଙ୍କୁ ଡାକ୍ତରଖାନା…
ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ଵସ୍ତି ଏକ୍ସପ୍ରେସ ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ…
ଜ଼ୀଲ୍ଲାସ୍ତରୀୟ ଆଶା,ଗାଁ କଲ୍ୟାଣ ସମିତି,ମହିଳା ଆରୋଗ୍ୟ ସମିତି,ଜନ ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଗୁଳ – ଆଜି ଆଶା,ଗାଁ କଲ୍ୟାଣ ସମିତି,ମହିଳା ଆରୋଗ୍ୟ ସମିତି,ଜନ ଆରୋଗ୍ୟ ସମିତିର ଜ଼ୀଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଗୁଳ ଗ୍ରାମ୍ୟଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।…