ରାଜନୀତି ଇସ୍ତଫା ଦେଲେ ମଣ୍ଟୁ – ସାଙ୍ଗଠନିକ ଦାୟିତ୍ୱ ସହ ପାଇ ପାରନ୍ତି ଗୁରୁତ୍ୱପୁର୍ଣ୍ଣ ପଦ Angul OnlineNovember 8, 2023November 8, 2023 ଅନୁଗୁଳ – ଅନୁଗୁଳ ଅନଲାଇନର ଅନୁମାନ ସତ ହେଲା । ଉପ-ବାଚସ୍ପତି ପଦରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଖୁବ ଶୀଘ୍ର ଇସ୍ତଫା ଦେଇ ପାରନ୍ତି ଆଉ ଜିଲ୍ଲାରେ ଦଳ ଦାୟିତ୍ୱ ନେଇ ପାରନ୍ତି ବୋଲି ଗତ ୨୮ ତାରିଖରେ ଅନୁଗୁଳ ଅନଲାଇନ ପକ୍ଷରୁ ପ୍ରଥମେ ଖବର ପ୍ରସାରଣ କରା ଯାଇଥିଲା । ଅନୁଗୁଳ ଅନଲାଇନର ଖବର ଅନୁଯାୟୀ ଆଜି ରଜନୀକାନ୍ତ ସିଂହ ଉପ-ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ୨୦୧୯ ଜୁନ ମାସରୁ ସେ ଏହି ଦାୟିତ୍ୱରେ ଥିବା ବେଳେ ଆଜି ବାଚସ୍ପତି ପ୍ରମିଳା ମଲିକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ଇସ୍ତଫା ପରେ ନିଜ ବ୍ୟକ୍ତିଗତ କାରଣ ଯୋଗୁଁ ସେ ଏହି ଇସ୍ତଫା ଦେଇଥିବା ଗଣମାଧ୍ୟମକୁ କହିବା ସହ ସେ କହିଛନ୍ତି ଯେ ଉପ-ବାଚସ୍ପତି ଏକ ସାମ୍ବିଧାନିକ ପଦ । ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି । ଆଖି ଆଗରେ ନିର୍ବାଚନ ଅଛି । ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି । ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ତେବେ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ନାନା କଳ୍ପନା ଜଳ୍ପନା ମରା ଯାଉଛି । ତେବେ ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ଯେ ଯେ ଅନୁଗୁଳ ଜିଲ୍ଲାରେ ଦଳର ସଂଗଠନ ସେତେଟା ମଜବୁତ୍ ନ ଥିବାରୁ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସବୁ ଜିଲ୍ଲାରେ ସଂଗଠନକୁ ମଜବୁତ୍ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛି । ତେଣୁ ଅନୁଗୁଳରେ ରଜନୀକାନ୍ତ ସିଂହଙ୍କୁ ସାଂଗଠନିକ ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି । ତେବେ ଏହି ସାଙ୍ଗଠନିକ ଦାୟିତ୍ୱ ସହ ତାଙ୍କୁ ଯେ କୌଣସି ଗୁରୁତ୍ୱପୁର୍ଣ୍ଣ ପଦ ପଦବି ମଧ୍ୟ ମିଳି ପାରେ ବୋଲି ଜଣା ପଡୁଛି । Advertisement
ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ସଭାପତି ଭାବେ ରାକେଶ ମନୋନୀତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ଦଳର ଛାତ୍ର ନେତା ରୁପେ ପରିଚିତ ରାକେଶ ଦେହୁରୀଙ୍କୁ ଅନୁଗୁଳ ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ନୁତନ ସଭାପତି…
ବିଧାୟକଙ୍କ ନାମରେ ଭିତ୍ତିହୀନ ଖବର ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହେଲେ ଯୁବ ଓ ଛାତ୍ର ବିଜେଡ଼ି ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ ପାଳଙ୍କ ନାମରେ ଭିତିହୀନ ଖବର ପ୍ରସାରଣ କରା ଯାଉଛି । ଯାହା ଫଳରେ ବିଧାୟକଙ୍କ ସମ୍ମାନ ଉପରେ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ନୋମିନୀ ନିଲମ୍ବିତ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ ତଥା ବରିଷ୍ଠ ନେତା କ୍ଷୀରୋଦ ବାଘାର । ଦଳ ବିରୋଧୀ…