ଅପରାଧ ଗଞ୍ଜେଇ ଗାଡିକୁ ଗୋଡାଇ ଗୋଡାଇ ଧରିଲା ଅବକାରୀ ବିଭାଗ – ଦୁଇ ଗିରଫ Angul OnlineSeptember 22, 2023September 22, 2023 ଅନୁଗୁଳ – କାରରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗକୁ ଦେଖି ପଳାଉଥିଲେ । ଗଞ୍ଜେଇ ଗାଡିକୁ ପ୍ରାୟ ୧୦ କିମି ପିଛା କରି ଧରିଲେ ଅବକାରୀ ବିଭାଗ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେ ଘଟିଛି । ସୂଚନା ଅନୁସାରେ ବୌଦ୍ଧରୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ବୌଦ୍ଧ- ଆଠମଲ୍ଲିକ ରାସ୍ତାରେ ଜଗି ବସିଥିଲା । ଏକ କାରରେ ଦୁଇଜଣ ବେପାରୀ ଗଞ୍ଜେଇ ନେଇ ଆସୁଥିବା ବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗକୁ ଦେଖି କାରଟି ଦ୍ରୁତ ଗତିରେ ଫେରାର ହୋଇ ଯିବାକୁ ଚେଷ୍ଟା କରିଥିଲା । ଅବକାରୀ ବିଭାଗ କର୍ମଚାରୀ ମାନେ କାରକୁ ଗୋଡ଼ାଇ ଥିଲେ । ଶେଷରେ ଆଠମଲ୍ଲିକ ଗାନ୍ଧୀ ଛକଠାରେ କାରଟିକୁ ଅଟକାଇବାରେ ସଫଳ ହୋଇଥିଲେ । ଜାଞ୍ଚ ବେଳେ କାରରୁ ଦୁଇଟି ପ୍ୟାକେଟରେ ୪୫ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ବୌଦ୍ଧ ଜିଲ୍ଲା ଉଦୟପୁରର ସୁଶାନ୍ତ ମହନନ୍ଦିଆ ଓ ସୁଶୀଲ ମହନନ୍ଦିଆ ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।ଏହି ଚଢାଉ ବେଳେ ଅବକାରି ବିଭାଗର ଆଠମଲ୍ଲିକ ଅଧିକାରି ଧରଣୀଧର ପ୍ରହରାଜ , ଏ ଏସ ଆଇ ରମେଶ ବେହେରା ଓ ଅନ୍ଯାନ୍ଯ କର୍ମଚାରୀ ଉପସ୍ଥିତ ଥିଲେ । Advertisement
ଦୁଇ ଚୋରଙ୍କୁ ମାଡ ମାରି ପୁଲିସର ଜିମା ଦେଲେ ଲୋକେ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁ ସାପ୍ତାହିକ ହାଟରେ ଟଙ୍କା ଚୋରି ବେଳେ ଲୋକଙ୍କ ହାତରେ ଧାରାପଡିଥିଲେ ଦୁଇ ଚୋର । ଧରା…
କେଜିଏରୁ ଅଧିକ ବ୍ରାଉନ୍ସୁଗାର ଜବତ – ଦୁଇ ଆନ୍ତରାଜ୍ୟ ବେପାରୀ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ୧.୧ କେଜି ବ୍ରାଉନସୁଗାର ଜବତ କଲା ଭୁବନେଶ୍ୱର ଏସ୍ ଟି ଏଫ । ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ…
ମାରଣାସ୍ତ୍ର ସହ ତିନି ଡକାୟତ ଗିରଫ – ୨ ଫେରାର ଅନୁଗୁଳ – ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ…