ମୁଖ୍ୟ ଖବର କୋଇଲା ଚୋରା ଚାଲାଣ ଅଭିଯୋଗରେ କୋଟିପତି ହୋମଗାର୍ଡ ଗିରଫ Angul OnlineMay 26, 2022May 26, 2022 ଅନୁଗୁଳ – ଅନଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ଜଣେ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋମଗାର୍ଡ ଜଣଙ୍କ ହେଲେ ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁ । ତାଙ୍କ ଘର ନରସିଂହପୁର , ପାଇକପଡାପାଟଣା । ସୂଚନା ଅନୁସାରେ ଗତ ଏପ୍ରିଲ ମାସ ୮ ତାରିଖରେ ଏକ ଟ୍ରକରେ କୋଇଲା ଚୋରା ଚାଲାଣ ବେଳେ ଏକ ଟ୍ରକକୁ ନିଶା ଶିଳ୍ପାଞ୍ଚଳ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ଏହି ଚୋରା ଚାଲାଣ ଅଭିଯୋଗରେ ପୁଲିସ ଡ୍ରାଇଭର ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଟ୍ରକର ମାଲିକ ଧରା ପଡି ନଥିବା ବେଳେ ଗତକାଲି ପୁଲିସ ନରସିଂହପୁରରୁ ଟ୍ରକର ମାଲିକ ତଥା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦକୁ ଗିରଫ କରି ଅନୁଗୁଳ ଆଣିଥିଲା । ଆଉ ଆଜି ତାକୁ କୋର୍ଟ ଚାଲାଣ କରିଛି । ତେବେ ଏହି ହୋମ ଗାର୍ଡ ପ୍ରମୋଦର କୁଆଡେ ୪ ରୁ ୫ ଟି ଟ୍ରକ ଓ ୩ ଟି ଏସି ବସ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି । ଏଣୁ ସେ ଜଣେ କୋଟିପତି ହୋମଗାର୍ଡ ବୋଲି ଚର୍ଚ୍ଚା ହେଉଛି । ତେବେ ଏ ନେଇ ପୁଲିସ ପାଖରେ ବିଶେଷ ସୂଚନା ନଥିବା ବେଳେ ଏ ନେଇ ତଦନ୍ତ କରା ଯାଉଛି ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । Advertisement
ଅଧିଆ ପଡିଥିବା ନାବାଳକ ମୃତ ଅନୁଗୁଳ – ଠାକୁରଙ୍କ ପାଖରେ ଅଧିଆ ପଡିଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବନ୍ତଳା ଥାନା ପୋକତୁଙ୍ଗା କୃଷ୍ଣଗୁରୁ ମନ୍ଦିରରେ…
ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର ଅନୁଗୋଳ: – ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା…
ଆସନ୍ତା ୮ ତାରିଖ ବ୍ଲାକ ଡାଇମଣ୍ଡ ଓ ପବିତ୍ର ମୋହନ ମେଡିକାଲ ଉଦଘାଟନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ପ୍ରତିକ୍ଷିତ ତାଳଚେର ମେଡିକାଲ ଓ ବ୍ଲାକ ଡାଇମଣ୍ଡ ଆସନ୍ତା ୮ ତାରିଖରେ ଉଦଘାଟନ ହେବ । ଏଥିପାଇଁ ସରକାରୀ ସ୍ତରରେ…