ଅନୁଗୁଳ – ଗୁଳିମାଡ଼ରେ ନାବାଳକ ଆହତ । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜଙ୍ଗ ଗାଁରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ହୋଇଥିବା ନାବାଳକଙ୍କ ପରିବାର ସହ ରାତିରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ଗୁଳିମାଡ଼ କରିଥିବାବେଳେ ଗୋଟିଏ ଗୁଳି ନାବାଳକ ଜଙ୍ଘରେ ବାଜିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ତୁରନ୍ତ ନାବାଳକକୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ପରେ ନାବାଳକକୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ କେଉଁ କାରଣରୁ ଗୁଳି ମାଡ଼ ହୋଇଛି ତାହା ଅସ୍ପଷ୍ଟ ଥିବାବେଳେ ପୋଲିସର ଏ ନେଇ ପ୍ରତିକ୍ରିୟା ମିଳି ପାରିନାହିଁ ।
ଗୁଳି ମାଡରେ ନାବାଳକ ଗୁରୁତର
