ମୋଟସାଇକେଲ ଚୋରୀ ଗ୍ଯାଙ୍ଗ ଗିରଫ – ଦୁଇ ନାବାଳକ ଥିଲେ ମାଷ୍ଟର ମାଇଣ୍ଡ

ମୋଟସାଇକେଲ ଚୋରୀ ଗ୍ଯାଙ୍ଗ ଗିରଫ – ଦୁଇ ନାବାଳକ ଥିଲେ ମାଷ୍ଟର ମାଇଣ୍ଡ

ଅନୁଗୁଳ -(ଅନୁଗୁଳ ଅନଲାଇନ୍)- ୨୧/୦- ଅନୁଗୁଳ ଜିଲ୍ଲା ପୁଲିସକୁ ପୁଣି ଏକ ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରୀ କରୁଥିବା ଏକ ମୋଟରସାଇକେଲ ଚୋର ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିବା ସହ ଚୋରୀ ହୋଇଥିବା ୬ ଟି ଦାମୀ ମୋଟରସାଇକେଲକୁ ପୁଲିସ ଜବତ କରିଛି । ଏହି ୫ ଜଣିଆ ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଅଛନ୍ତି । ଯେଉଁମାନେ କି ମୋଟରସାଇକେଲ ଚୋରିର ମାଷ୍ଟର ମାଇଣ୍ଡ ବୋଲି କୁହା ଯାଉଛି । ସୁଚନା ଅନୁସାରେ ଗତ କିଛିଦିନ ଧରି ଅନୁଗୁଳ ସଦର ଥାନା ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରେ ଲଗାତାର ମୋଟରସାଇକେଲ ଚୋରୀ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଥିଲା । ଦିନକୁ ଦିନ ମୋଟରସାଇକେଲ ଚୋରଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶ କ୍ରମେ ଚୋରଙ୍କୁ ଧରିବା ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀ ଓ ଦକ୍ଷ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଯାହାର ନେତୃତ୍ୱ ହେଡ କ୍ୱାଟର ଡି ଏସ ପି ଅକ୍ଷୟ କୁମାର ପଣ୍ଡା ନେଇଥିବା ବେଳେ ବଅଁରପାଳ ଥାନା ଅଧିକାରିଣୀ ନିରୁପମା ଜେନା , ଅନୁଗୁଳ ସଦର ଥାନା ଅଧିକାରୀ ଧିରେନ କୁମାର ବେହେରା , ଏସ ଆଇ ଅମିତ ମିଶ୍ର , ପିଏସଆଇ ସମିର ଶେଖର ଜୟସିଂହ , ଏଏସଆଇ ହରେଶ ଚନ୍ଦ୍ର ଦଳେଇ , କନେଷ୍ଟବଳ ପାଣ୍ଡବ ବେହେରା  , ଓଏପିଏଫ ରାମ ସିଂହ ମୁଣ୍ଡା ଓ ଏପିଆର ଆଶିସ କୁମାର ଦାସ ରହି ତଦନ୍ତକୁ ଜୋରଦାର କରିଥିଲେ । ପ୍ରାଥମିକ ତଦନ୍ତ ଓ ଚୋରି ଘଟଣାକୁ ତର୍ଜମା କରିବା ବେଳେ ଘଟଣାରେ ସଂପୃକ୍ତ ଦୁଇ ନାବାଳକଙ୍କୁ ପ୍ରଥମେ ଧରିବାରେ ସକ୍ଷମ ହୋଇଥିଲେ ଟିମ । ସେମାନଙ୍କୁ ଅଧିକ ଜେରା କରିବାପରେ ଅନ୍ୟ ତିନି ଜଣ ଚୋରି ଘଟଣାରେ ସାମିଲ ଥିବା ଜଣାପଡିଥିଲା । ଦୁଇ ନାବାଳକଙ୍କ ସହ ୫ଜଣଙ୍କୁ ଧରି ପଚରାଉଚରା ପରେ ସେମାନେ ଅନୁଗୁଳ ସଦର ଥାନା, ବଅଁରପାଳ,ଓ ବନ୍ତଳା ଥାନା ଅଞ୍ଚଳରୁ ଗାଡ଼ି ଚୋରି କରିଥିବା ଜାଣିବାକୁ ପାଇଥିଲା ପୁଲିସ । ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଗ୍ୟାଙ୍ଗର ସଦସ୍ୟ ପ୍ରଥମେ କାହାର ଗାଡି ଚୋରି କଲେ ସନ୍ଦେହ ଘେରକୁ ନ ଆସିବେ , ସେଭଳି ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ । ଗ୍ୟାଙ୍ଗର ଦୁଇ ସଦସ୍ୟ ମୋଟରସାଇକେଲ ତାଲା ଭାଙ୍ଗିବା ପରେ ଚୋରୀ ସ୍ଥାନରୁ ଧରି ପଳାଉଥିଲେ । ତାଲା ଭାଙ୍ଗି ଗାଡି ଚୋରି କରିବା ସମୟରେ ଅନ୍ୟ ସଦସ୍ୟମାନେ ସେମାନଙ୍କୁ ସୁରକ୍ଷା ଯୋଗାଇଦେଉଥିଲେ । ଚୋରି ଗାଡିକୁ ପରେ ବିକ୍ରୀ କରି ବିଳାସବ୍ୟସନରେ ଜୀବନ ଅତିବାହିତ କରୁଥିଲେ ଗ୍ୟାଙ୍ଗର ସଦସ୍ୟ । ଆଜି ୨ ନାବାଳକଙ୍କୁ ପର୍ଯ୍ଯବେକ୍ଷଣ ଗୃହକୁ ପଠା ଯାଇଥିବା ବେଳେ ଅଭିଯୁକ୍ତ ନାଲକୋ ଥାନା କାଣ୍ଡସର ଗାଁର ଗଣପତି @ ରକି ନାଏକ , ନିଶା ଥାନା ରାମଡିହ ଗାଁର ମେଘା @ ଚରଣ ନାଏକ , ବଅଁରପାଳ ଥାନା ପୁରିକିଆ ଗାଁର ଡୋନା @ ସୌମ୍ଯ ରଂଜନ ସାହୁକୁ କୋର୍ଟ ଚାଲାଣ କରା ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
3
+1
1
+1
1

Leave a Reply