ଅପରାଧ ପୁଲିସ କବଜାରେ ମୋଟରସାଇକେଲ ଚୋରି ଗ୍ୟାଙ୍ଗ Angul OnlineDecember 14, 2024December 14, 2024 ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ମୋଟରସାଇକେଲ ଲୁଟେରା । ଅନେକ ଦିନ ହେଲା ଅନୁଗୁଳ ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିବା ବେଳେ ଶେଷରେ ଏକ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ ଡି ପି ଓ ରମାକାନ୍ତ ମାହାଳିକଙ୍କ ସୂଚନା ଅନୁସାରେ ଅନୁଗୁଳ ମାଳତୀବିହାର ଅଞ୍ଚଳରେ ରହୁଥିବା ଚନ୍ଦ୍ରପୁର ଗାଁର ମନୋଜ ବେହେରା ତାଙ୍କ ମୋଟରସାଇକେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ବେଳେ ଏହା ଏକ ଗ୍ୟାଙ୍ଗର କାମ ଆଉ ଏଥିରେ ଅନେକଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା । ଏଥିପାଇଁ ଅନୁଗୁଳ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ବରେ ପୁଲିସ ଏହାର ଅଧିକ ତଦନ୍ତ କରି ହାକିମପଡାର ଅମିତ ବେହେରା ମୁଖ୍ୟ ଅଭିଯୁକ୍ତ ଜାଣି ପୁଲିସ ତାକୁ ଥାନାକୁ ଆଣି ପଚରାଉଚୁରା କରିଥିଲା । ପୁଲିସ ଜେରା ବେଳେ ଅଭିଯୁକ୍ତ ଚୋରି ଘଟଣାକୁ ସ୍ୱୀକାର କରିବା ସହ ଅନ୍ୟ କେଉଁ ମାନଙ୍କ ସମ୍ପୃକ୍ତି ଓ ଚୋରି ମୋଟରସାଇକେଲ କେଉଁଠି କେମିତି ବିକ୍ରି କରିଛନ୍ତି ମାନି ଯାଇଥିଲା । ଅମିତର ବୟାନ ଅନୁସାରେ ପୁଲିସ ଚୋରିରେ ସମ୍ପୃକ୍ତ ଅନ୍ୟ ୩ ଜଣ ଓ ୨ ଜଣ କବାଡି ଦୋକାନିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହାକିମପଡ଼ାର ଅମିତ୍ ବେହେରା (୨୦), ଶାବଳଭଙ୍ଗାର ବିଜୟ ପେଣ୍ଠୋଇ (୩୨), କାହ୍ନା ଖାନ୍ (୧୯), କୁଣ୍ଢେଇଗୋଳା ଥାନା ଅଞ୍ଚଳର ରାକେଶ ଖାନ୍ (୧୯), କବାଡି ଦୋକାନୀ ଅଭିମନ୍ୟୁ ଜେନା (୪୮) ଓ ଛେଣ୍ଡିପଦା ଥାନା ଅଞ୍ଚଳର ସୁଶିଲ ସାହୁ (୩୭) । ସେମାନଙ୍କ ନିକଟରୁ ୬ ଟି ମୋଟରସାଇକେଲ , ଗୋଟିଏ ଚେଚିସ , ଗୋଟିଏ ଇଞ୍ଜିନ ସମେତ ମୋବାଇଲ ଫୋନ ଓ ୭୬୧୦୦ ଟଙ୍କା ଜବତ କରା ଯାଇଛି । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…
ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ…
ଘର ମାଲିକଙ୍କୁ ମାଉଜର ଓ ଭୁଜାଲିରେ ଆକ୍ରମଣ କରି ଲୁଟ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବନମାଳିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଭୁଜାଲି ଓ ବନ୍ଧୁକ ଦେଖାଇବା ସହ ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ…