ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମହେଶ ସାହୁ

ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମହେଶ ସାହୁ

ଅନୁଗୁଳ – ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଜୟରାମ ଗଡ଼କରୀଙ୍କୁ ପାର୍ଲ୍ୟାମେଣ୍ଟ କାର୍ଯ୍ୟାଳୟରେ ସ୍ୱଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଜାତୀୟ ରାଜପଥ – ୫୩ , ୫୫ , ଓ ୧୪୯ ର ଉନ୍ନତିକରଣ ଓ ଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ ଦାବୀ ପତ୍ର ଦେବା ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ , ଯେଉଁ ଅଞ୍ଚଳ ଦେଇ ରାଜପଥ ପ୍ରାଧୀକରଣର କାର୍ଯ୍ୟ ତ୍ୱରାନ୍ୱିତ ହେଉଅଛି ସେହି ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ବିଭାଗୀୟ ଅଧିକାରୀ ଓ ଠିକାଦାର ଯେଉଁ ପ୍ରତିଶୃତି ଦେଉଛନ୍ତି ତାହାର ଏକ ପ୍ରତିଶତ ମଧ୍ୟ ପାଳନ କରୁନାହାଁନ୍ତି ବୋଲି ସାଂସଦ ମନ୍ତ୍ରୀଙ୍କ ନିକଟରେ ଉତଥାପନ କରିଥିଲେ ସାଂସଦ ଯେତେବେଳେ ସେହି ଅଞ୍ଚଳ ଗୁଡିକୁ ଗସ୍ତ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରୁଛନ୍ତି ଜାତୀୟ ରାଜପଥର କାର୍ଯ୍ୟ ନିମ୍ନ ମାନର ହେଉଛି ଯେଉଁ ଆନୁସାଙ୍ଗିକ ସାମଗ୍ରୀ ଜାତୀୟ ରାଜପଥ ନିର୍ମାଣରେ ବ୍ୟବହାର କରୁଛନ୍ତି , ସେଥିରେ ସରକାରଙ୍କର ସମସ୍ତ ନିୟମ ଖୁଲମଖୁଲା ଉଲଙ୍ଘନ କରୁଛନ୍ତି ସେଥପାଇଁ ମାନ୍ୟବର ସାଂସଦ , ଭାରତ ସରକାରଙ୍କର ସଡକ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତୀନ ଜୟରାମ ଗଡକାରୀଙ୍କୁ ସାକ୍ଷାତ କରିବା ସହିତ ନିଜର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସବୁ ଦିଗରେ ଧ୍ୟାନ ଦେଇ ଏହାର ସୁ ସମାଧାନ ପାଇଁ ସାଂସଦ ମହେଶ ସାହୁ ଆଲୋଚନା କରିଥିଲେ । ପୂର୍ବ ଦିନରେ ସାଂସଦ ଜାତୀୟ ରାଜପଥ ନିର୍ମାଣରେ ସିଥିଳତା , ନିମ୍ନମାନର କାର୍ଯ୍ୟ ଓ ବାରମ୍ବାର ଦୁର୍ଘଟଣା କୁ ପ୍ରତିହତ ପାଇଁ ଉଭୟ ଅନୁଗୋଳ – ଢେଙ୍କାନାଳ ଜିଲ୍ଲାରେ ୨ ଘଣ୍ଟିଆ ପ୍ରତିକାତ୍ମକ ଅବରୋଧ କରିଥିଲେ ପରବର୍ତ୍ତୀ ସମୟରେ ୫୩ , ୫୫ , ଓ ୧୪୯ ନମ୍ବର ଜାତୀୟ ରାଜପଥ କେମିତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୁର୍ଣ ହେଉ ଓ ଜାତୀୟ ରାଜପଥ ପ୍ରଧୀକରଣ ନିୟମକୁ ଯେଉଁ ଖୋଲାଖୋଲି ଉଲଙ୍ଘନ ହେଉଛି ତାକୁ ଗୁରୁତ୍ତ୍ବ ଦିଆଯାଉ ବୋଲି ଦାବୀ କରିଥିଲେ ଏଥି ସହିତ ଜାତୀୟ ରାଜପଥ ପ୍ରଧୀକରଣର କାର୍ଯ୍ୟାଳୟ ଅନୁଗୁଳରେ ସ୍ଥାପନ ହେଉ ବୋଲି ସାଂସଦ ଦାବୀ କରିଛନ୍ତି ସାଂସଦଙ୍କର ଏହିଭଳି କାର୍ଯ୍ୟକୁ ସ୍ଥାନୀୟ ସ୍ତରରେ ବୁଦ୍ଧିଜିବୀ ମହଲରେ ଦଳଗତ ନିର୍ବୀଶେଷରେ ପ୍ରଶଂସା କରିଥିବା ବେଳେ , ଅନୁଗୁଳର ପୂର୍ବତନ ନଗରପାଳ ଭକ୍ତି ପ୍ରଶାଦ ଦାସ , ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ , ଅନୁଗୁଳ ବ୍ଲକ ଉପାଧକ୍ଷା ମମତା ପ୍ରଧାନ , ବରିଷ୍ଠ ନେତା ରଞ୍ଜନ ସାହୁ , ଗଦାଧର ସାହୁ  ତଥା ଉଭୟ ଜିଲ୍ଲାର ବହୁ ସାମାଜିକ ସଙ୍ଗଠନ ମାନଙ୍କ ତରଫରୁ ସାଂସଦଙ୍କୁ ସମର୍ଥନ ଜଣାଇଛନ୍ତି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply