ଅପରାଧ ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ – ଜଣେ ଗିରଫ Angul OnlineOctober 19, 2021October 19, 2021 ଅନୁଗୁଳ – ଅନୁଗୁଳ ଥାନା ରାଜକିଶୋରପଡ଼ାଠାରେ ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାଜକିଶୋର ପଡ଼ାର ପ୍ରସନ୍ନ କୁମାର ମହାନ୍ତି ଓ ଲୁଲୁ ଓରଫ ପ୍ରଦୀପ ଶତପଥିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ପ୍ରଦୀପ ଉତକ୍ଷିପ୍ତ ହୋଇ ପ୍ରସନ୍ନଙ୍କୁ ଠେଲି ଦେଇଥିଲେ । ପ୍ରଦୀପ୍ତଙ୍କ ଧକ୍କାରେ ପ୍ରସନ୍ନ ତଳେ ପଡ଼ିଯାଇଥିବା ବେଳେ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ନିଆ ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପ୍ରସନ୍ନଙ୍କ ପରିବାର ତରଫରୁ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରାଯାଇଚ୍ଚି । ପୁଲିସ ଘଟଣାରେ ଏକ ମାମଲା ରୁଜୁକରି ପ୍ରଦୀପଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ବେଧଡକ ଚାଲିଛି ଜୁଆଖେଳ – ଭିଡିଓ ଭାଇରାଲ ଛେଣ୍ଡିପଦା – ଖୁଲମଖୁଲା ଜୁଆ ଖେଳ ଚାଲିଛି । ବାଜିରେ ହଜାର ହଜାର ଟଙ୍କା ପଡୁଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଆଉ…
ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଗତ ୧୨/୦୪/୨୦୧୮ମସିହାରେ ଜନୈକା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ମାନ୍ୟବର ଆଡିସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ…
ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଜଣେ ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଆଉ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ…