ଅପରାଧ ଘରୋଇ କଳହରୁ ହତ୍ୟାକାଣ୍ଡ – ଦାଦାଙ୍କୁ ପିଟି ପିଟି ମାରିଦେଲେ ୩ ପୁତୁରା Angul OnlineAugust 13, 2021August 14, 2021 ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଘରୋଇ କଳହରୁ ଆଜି ଏକ ହତ୍ୟାକାଣ୍ଡ ହୋଇଥିବା ଜଣା ପଡିଛି । ୩ ପୁତୁରା ପିଟି ପିଟି ନିଜ ଦାଦାଙ୍କୁ ମାରି ଦେଇଛନ୍ତି । ମୃତକ ଜଣଙ୍କ ନାମ ଗଙ୍ଗା ନାଗ । ସୂଚନା ଅନୁସାରେ ପୂର୍ବରୁ ପରିବାର ଗଙ୍ଗା ଓ ତାଙ୍କ ଭାଇଙ୍କ ପରିବାର ସହ ଘରୋଇ କଥାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଗତ କାଲି ରାତିରେ ପୁଣି ଥରେ ଦାଦା ଓ ପୁତୁରା ମାନଙ୍କ ମଧ୍ୟରେ କଳିଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ୩ ଜଣ ପୁତୁରା ଠେଙ୍ଗାରେ ପିଟି ପିଟି ଗଙ୍ଗାକୁ ମାରି ଦେଇଥିଲେ । ଗଙ୍ଗା ସେଠାରେ ପଡି ରହିଥିବା ବେଳେ ୩ ପୁତୁରା ଫେରାର ହୋଇ ଯାଇଥିବା ଜଣା ପଡିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତ ଗଙ୍ଗାଙ୍କ ମା ଯଶୋଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । Advertisement
ବିପୁଳ ପରିମାଣର ମଦ ଜବତ – ଆଠ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୧ ଲିଟର ମହୁଲି ମଦ ଏବଂ ୩୦୦…
ନୋଟ ବଦଳରେ କାଗଜ ବିଡା ଦେଇ ଠକୁଥିଲେ – ୩ ଠକଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଆଜି ତିନି ଜଣ ଠକକୁ ଗିରଫ କରିଛି । ୫୦୦ ଟଙ୍କିଆ ନୋଟ ବଦଳରେ ଅଧିକ ପରିମାଣର ୧୦୦ ଟଙ୍କିଆ…
ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ – ୪ ଗିରଫ , ଟଙ୍କା , ମୋଟରସାଇକେଲ ଓ ଜୁଆ ସାମଗ୍ରୀ ଜବତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବିଲମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ କିଛି ଜୁଆଡି…