ମୁଖ୍ୟ ଖବର ସରକାରୀ ଏସି ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର Angul OnlineMarch 11, 2024March 11, 2024 ଅନୁଗୁଳ – ସରକାରୀ ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର । ତା ପୁଣି ଏସି ଲଗେଇ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ । ତେବେ ଗାଡି ଓ ବାବୁ ବାହାର ଜିଲ୍ଲାର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ OD 09 Q 2833 ନମ୍ବର ଧାରୀ ଏକ ମହିନ୍ଦ୍ରା ଗାଡି ବୁଲୁଥିଲା । ଯେଉଁଥିରେ ଏହା ବନ ବିଭାଗର ଗାଡି ବୋଲି ଫଳକ ମଧ୍ୟ ଲାଗିଥିଲା । ତେବେ ଗାଡି ଭିତରେ କୌଣସି ସରକାରୀ ବାବୁ ନଥିଲେ । ଏସି ଗାଡି ଭିତରେ ବୁଲୁଥିଲା ବିଲାତି କୁକୁର । ଚାଳକଙ୍କୁ ପଚାରିବାରୁ ଏହା କେନ୍ଦୁଝର ବନ ବିଭାଗର ଗାଡି ଏବଂ ବାବୁଙ୍କ ଘର ଅନୁଗୁଳକୁ ଆସିଛନ୍ତି ବୋଲି କହିଥଲେ । ବାବୁ ଜଣଙ୍କ କିଏ ବୋଲି ଚାଳକ ସ୍ପଷ୍ଟ କରି ନଥିଲେ ମଧ୍ୟ ବାବୁ କୁଆଡେ ତାଙ୍କ ବନ୍ଧୁକ ଲାଇସେନ୍ସର ରିନ୍ୟୁଆଲ ପାଇଁ ଆସିଥିବା ଜଣା ପଡ଼ିଛି । ତେବେ ବାବୁ ଜଣଙ୍କ ଘର ଅନୁଗୁଳ ସହରରେ ହୋଇଥିବା ବେଳେ ବାବୁଙ୍କ କୁକୁର ଗାଡ଼ିରେ ବୁଲୁଥିଲା । ତା ପୁଣି ଏସି ଲଗାଇ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖୁଥିବା ଲୋକ ସବୁ ଏଭଳି ଘଟଣା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ନିନ୍ଦା କରିଥିଲେ । ସାଧାରଣ ଲୋକଙ୍କ କର ଖଜଣା ଟଙ୍କାରେ ଲାଗୁଥିବା ଗାଡିକୁ ଅପବ୍ୟବହାର କରୁଥିବା ବାବୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । Advertisement
ବିବାହ ନାଁରେ ମହିଳାଙ୍କୁ ଠକେଇ । ରସିକିଆ ଧୂର୍ତ୍ତକୁ ବାନ୍ଧିଲା ପୁଲିସ ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି ।…
ଚତୁର୍ଥୀ ଦିନ ପୁରୁଣା ପ୍ରେମିକ ସହିତ ବିବାହ ପାଇଁ ଜିଦ ଧରିଲେ ନୁଆଁ ବୋହୁ – ହଟହଟା ହେଲେ ଦୁଇ ପରିବାର ତାଳଚେର – ରୋଷଣୀ କରି ବରଯାତ୍ରୀ ଧରି ମନ୍ଦିରରେ ହେଲା ବିବାହ । ହେଲେ ଶାଶୁ ଘରକୁ ନ ଯାଇ ଥାନା କୁ ଗଲେ ନୂଆଁ ବୋହୂ…
ଅନୁଗୋଳ ଜିଲ୍ଲା ପୁଲିସକୁ ବଡ଼ ସଫଳତା – ଜମନତାରାରୁ ଧରିଲା ସାଇବର ଠକ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ…