ଅପରାଧ କାରରେ ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପୁଲିସ – ଜଣେ ଗିରଫ Angul OnlineAugust 23, 2021August 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେବଗଡ ଛକ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି କାରକୁ ପୁଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ ଆଜି(ସୋମବାର) ସକାଳେ ଦେବଗଡ ଛକ ନିକଟରେ ଜଗି ରହିଥିଲା । ସେହି ସମୟରେ ଅନୁଗୁଳରୁ ଦେବଗଡ ଯାଉଥିବା ଏକ ମାରୁତି କାର(ଓଡି୦୨ବିଡି୪୨୫୮)କୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ କାର ଗଞ୍ଜେଇ ଥିବା ଜଣା ପଡିଥିଲା । ଜବତ ଗଞ୍ଜେଇକୁ ପୁଲିସ ମାଜିଷ୍ଟ୍ରେଟ ଉପସ୍ଥିତିରେ ଓଜନ କରିବା ପରେ କାରରେ ୭୦ କିଗ୍ରା ୩୦୦ଗ୍ରାମ ଗଞ୍ଜେଇ ଥିବା ଜଣା ପଡିଥିଲା ।ଗଞ୍ଜେଇ ଚାଲାଣ କରି ନେଉଥିବା ଗାଡିର ଚାଳକକୁ ପୁଲିସ ଗିରଫ କରିଥିଲା । ଗିରଫ ଯୁବକ ଜଣକ ହେଲେ ନାକିଟିଦେଉଳ ଥାନା ବାଟଗାଁର ଗୋବିନ୍ଦ ଚନ୍ଦ୍ର ନାଏକ ବୋଲି ସୂଚନା ମିଳିଛି । ପୁଲିସ ଗଞ୍ଜେଇକୁ ଜବତ କରି ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ଗାଡିର ଚାଳକ ଗୋବିନ୍ଦ ଚନ୍ଦ୍ର ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୋବିନ୍ଦ ଚନ୍ଦ୍ରଙ୍କ ନାମରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ନେଇ କୁଣ୍ଢେଇଗୋଳା ,ନାକିଟଦେଉଳ ସମେତ ବିଭିନ୍ନ ଥାନାରେ ମାମଲା ରହିଥିବା ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା କହିଛନ୍ତି । Advertisement
ସ୍ୱାମୀକୁ ହତ୍ୟା କରିଥିବା ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ ଆଜୀବନ କାରାଦଣ୍ଡ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ବାମୀହନ୍ତା ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ…
ମୋଟରସାଇକେଲ ବିକିବାକୁ କହି ଠକି ନେଲେ ଚାଳିଶ ହଜାର ଟଙ୍କା ଅନୁଗୁଳ – ଫୋନରେ ମୋଟରସାଇକେଲ ଅଳ୍ପ ଦାମରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ଚାଷୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟିଆ ନେଲେ ସାଇବର ଠକ ।…
ବନ୍ଧା ହେଲେ ନର୍ସିଂ କଲେଜ ମାଲିକ ଅନୁଗୋଳ – ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ…