ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣେ ମୃତ

ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣେ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ପାରିପରା ଗାଁରେ ଅଘଟଣ । ନାଳରେ ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାରିପରା ଗାଁର ଦୁର୍ଯୋଧନ ବେହେରା । ସୂଚନା ଅନୁସାରେ ଦୁର୍ଯ୍ୟୋଧନ ଗାଁ ନିକଟରେ ବହି ଯାଇଥିବା ଏକ ନାଳକୁ ଗାଧେଇବାକୁ ଯାଇଥିଲେ । ତେବେ ସେ ଗାଧେଇବା ବେଳେ ସୁଅରେ ଭାସିଯାଇ ଏକ ହ୍ୟୁମ ପାଇପ ଭିତରେ ପଶି ଯାଇଥିଲେ । ତେବେ ସେ ସେଥିରୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁର ଅନ୍ୟ ଲୋକ ସେଠାକୁ ଗାଧେଇବାକୁ ଗଲାବେଳେ ତାଙ୍କୁ ମୃତ ଅବସ୍ଥାରେ ପାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଗ୍ରାମବାସୀ ମାନେ ରାସ୍ତା ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି ।

What’s your Reaction?
+1
0
+1
1
+1
0
+1
0
+1
2
+1
0
+1
1

Leave a Reply