ମୁଖ୍ୟ ଖବର ଗଛରେ ମୋଟରସାଇକେଲ ପିଟି ହୋଇ ଜଣେ ମୃତ Angul OnlineMarch 2, 2024March 2, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅର୍ନ୍ତଗତ ଗଡମଣ୍ଡଳଠାରେ ଭରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ମୃତକ ଜଣଙ୍କ ହେଲେ ପାତ୍ରପଡା ଗ୍ରାମର ଗିରିଶ ବାରିକ ଓ ଆହତ ଜଣକ ହେଲେ ସେହି ଗ୍ରାମର ଲିଟନ ସାହୁ l ସୁଚନା ଅନୁସାରେ ପାତ୍ରପଡା ଗ୍ରାମର ଗିରିଶ ଏବଂ ତାଙ୍କ ସାଙ୍ଗ ଲିଟନ ଏକ ଡିସକଭର ମୋଟରସାଇକେଲରେ ନିଜ ଗ୍ରାମ ପାତ୍ରପଡ଼ାରୁ ଗଡମଣ୍ଡଳ ଛକ ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡର ପୋତାଯାଇଥିବା ସୁରକ୍ଷା ଖୁଣ୍ଟରେ ବାଡେଇ ହୋଇ ଛିଟିକି ପଡ଼ି ଏକ ଗଛରେ ବାଡେଇ ହୋଇଯାଇ ଥିଲେ । ଫଳରେ ଘଟଣା ସ୍ଥଳରେ ଗିରିଶର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଲିଟନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ ।ଖବର ପାଇ ବାଗଡିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଓ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । Advertisement
ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି…
୨ ଦୁର୍ଦାନ୍ତ ଅପରାଧୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲାର ୨ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଜିଲ୍ଲାର ଏନଟିପିସି ଥାନା ଅଞ୍ଚଳରେ କିଛି ଦିନ ହେବ ଟ୍ରକ୍…
ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।…