ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ -୫୫ ର ଟ୍ରକ ଆସୋସିଏସନ ଆଗରେ ଆଜି ଏକ ସଡକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ମୃତକ ଜଣଙ୍କ ହେଲେ କୁମଣ୍ଡ ଗାଁର ବାବୁଲି ବେହେରା ବୋଲି ଜଣା ପଡିଛି । ସୂଚନା ଅନୁସାରେ ବାବୁଲି ମୋଟରସାଇକେଲରେ ପିଟିସି ଛକ ଆଡକୁ ଯାଉଥିବା ବେଳେ ପଚ୍ଛରୁ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା । ସ୍ଥାନୀୟ ଲୋକ ବାବୁଲିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୁଳ ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
+1
+1