ହଷ୍ଟେଲ ଫି ଆଦାୟକୁ ବିରୋଧ – ରାସ୍ତାରେ ବସିଲେ ଛାତ୍ରୀ

ହଷ୍ଟେଲ ଫି ଆଦାୟକୁ ବିରୋଧ – ରାସ୍ତାରେ ବସିଲେ ଛାତ୍ରୀ

ଅନୁଗୁଳ – ଅନୁଗୁଳ ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ଫିକୁ ନେଇ କଲେଜ ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି ଆଦାୟକୁ ବିରୋଧ କରି ମହାବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଥିଲେ ହଷ୍ଟେଲ ଛାତ୍ରୀ । ମହାବିଦ୍ୟାଳୟର ଛାତ୍ରୀ ହଷ୍ଟେଲର ଅନ୍ତେବାସୀ ମାନଙ୍କ ଅଭିଯୋଗ ହେଲା ଯେ ,କରୋନା ଭଳି ସ୍ଥିତିରେ ଛାତ୍ରୀମାନଙ୍କୁ ହଷ୍ଟେଲ ଫି ଅଗ୍ରୀମ ଦେବାକୁ ବାଧ୍ୟ କରା ଯାଉଛି  କର୍ତ୍ତୃପକ୍ଷ ଦାବି କରୁଥିବା ଏହି ଅଗ୍ରୀମ ଫି ସେମାନେ କିଭଳି ଭରିବେ ବୋଲି ଆନ୍ଦୋଳନରତ ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି । ଅନୁଗୁଳ ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ସୁପରିଟେଣ୍ଡେଣ୍ଟ ବଳପୂର୍ବକ ଫି ଆଦାୟ ପାଇଁ ତାଗିଦ କରିବା ସହ ଫି ନଦେଲେ ପରୀକ୍ଷା ଦେଇପାରିବ ନାହିଁ ବୋଲି ଧମକ ଦେଇଛନ୍ତି ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ, ଅଗ୍ରୀମ ଫିସ ପୈଠ ନକଲେ ସେମାନେ ହଷ୍ଟେଲ ଛାଡି ପାରିବେ ନାହିଁ ବୋଲି ମଧ୍ୟ ସୁପରିଟେଣ୍ଡେଣ୍ଟ ବାଧ୍ୟ କରିବାରୁ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ଆନ୍ଦୋଳନ ଯୋଗୁଁ ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରେ ଗାଡି ମୋଟର ଚଳାଚଳ ବନ୍ଦ ରହିଥିଲା । ପରେ ଘଟଣାସ୍ଥଳରେ ପୁଲିସ ଓ କଲେଜ କର୍ତ୍ତୃପକ୍ଷ ପହଞ୍ଚି ଆନ୍ଦୋଳନରତ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply