ବାଣିଜ୍ୟ ଓଡିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ:- ନବୀନ ଜିନ୍ଦଲ Angul OnlineDecember 3, 2022December 3, 2022 • ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୁଳରେ ବିଶ୍ଵର ସର୍ବବୃହତ୍ତ ଏବଂ ସବୁଠାରୁ ସବୁଜ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ • କୋଲ୍ ଗ୍ଯାସ ପରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାରେ ଅଧିକ ବିନିଯୋଗ କରିବ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଭୁବନେଶ୍ୱର – “ଓଡ଼ିଶା ମୋର ଦ୍ୱିତୀୟ ଘର ଏବଂ ପ୍ରଥମ କର୍ମଭୂମି । ଆମର ପ୍ରୟାସ ହେଉଛି ଓଡିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଏବଂ ଓଡିଶାର ଲୋକଙ୍କୁ ଆମର ସର୍ବୋତ୍ତମ ଅବଦାନ ପ୍ରଦାନ କରିବା,” ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ (ଡିସେମ୍ବର ୧, ୨୦୨୨ ଦିନ) ନିଜ ସମ୍ବୋଧନରେ ପ୍ରକାଶ କରିଛନ୍ତି । ଅନୁଗୁଳରେ ବିଶ୍ଵର ସର୍ବବୃହତ୍ତ ଇସ୍ପାତ କାରଖାନା ନିର୍ମାଣ କରୁଥିବା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର, ସେଠାରେ ଏକ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପାଇଁ କାମ ଆରମ୍ଭ କରିଛି ବୋଲି ସେ ସୂଚନା ଦେଇଛନ୍ତି । ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟ ବିକଶିତ କରିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡ-୧୯ ପରିସ୍ଥିତିକୁ ରାଜ୍ୟ ସରକାରଙ୍କ ଦକ୍ଷତାର ସହ ପରିଚାଳନା ଏବଂ ଦେଶକୁ ଡାକ୍ତରୀ ଅମ୍ଳଜାନ ଯୋଗାଇବାରେ ଓଡିଶାର ଭୂମିକାକୁ ସେ ପ୍ରଶଂସା କରିଥିଲେ । ଜେଏସପି ଅନୁଗୁଳରେ ବାର୍ଷିକ ୬ ନିୟୁତ ଟନ କ୍ଷମତା ବିଶିଷ୍ଠ ଓଡିଶାର ସର୍ବବୃହତ ଇସ୍ପାତ କାରଖାନା ସ୍ଥାପନ କରିଛି | କମ୍ପାନୀ ଏହାର କ୍ଷମତାକୁ ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି, ଯାହା ଏହାକୁ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନାରେ ପରିଣତ କରିବ । ଏହା ମଧ୍ୟ ବିଶ୍ଵର ସବୁଠୁ ଅଧିକ ସବୁଜ ଇସ୍ପାତ କାରଖାନା ହେବ । ଦକ୍ଷତା ବିକାଶ ତଥା କମ୍ପାନୀଗୁଡିକ ଦ୍ୱାରା କର୍ପୋରେଟ୍ ସାମାଜିକ ଦାୟିତ୍ଵ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେଉଥିବାରୁ ଶ୍ରୀ ଜିନ୍ଦଲ ଓଡିଶା ସରକାରଙ୍କୁ ପ୍ରଶଂସା କରିଥିଲେ। କମ୍ପାନୀ ଅଧିକ ଏମଏସଏମଇ ଏବଂ ଆନୁଷଙ୍ଗିକ ଶିଳ୍ପକୁ ଉତ୍ସାହିତ କରୁଛି ଯାହା ଦ୍ଵାରା ଅଧିକରୁ ଅଧିକ ଲୋକ ନିଯୁକ୍ତି ପାଇପାରିବେ। “୨୦ ବର୍ଷରୁ ଅଧିକ ସମୟ ପୂର୍ବରୁ ଆମେ ଓଡିଶାରେ ନିବେଶ ଆରମ୍ଭ କରିଥିବାରୁ ଆମେ ସୌଭାଗ୍ୟଶାଳୀ । ଆମ ସ୍ୱପ୍ନର ଓଡ଼ିଶା ଏବଂ ଭାରତକୁ ନିର୍ମାଣ କରିବା ପାଇଁ ଆମେ ଜେଏସପି ରେ ଦିନରାତି କଠିନ ପରିଶ୍ରମ କରୁଛୁ” ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି। ସରକାରଙ୍କ ଦ୍ୱାରା ପରିଚାଳିତ ନିଲାମରେ ଜେଏସପି ବିଭିନ୍ନ କୋଇଲା ବ୍ଲକ ପାଇ ପାରିଛି ଏବଂ ବର୍ତ୍ତମାନ କୋଇଲା ଗ୍ୟାସିଫିକେସନ୍ ପରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତି ବିଦ୍ୟାରେ ଅଧିକ ବିନିଯୋଗ କରିବୁ , ବୋଲି ଶ୍ରୀ ଜିନ୍ଦଲ ଏହି ସମ୍ମିଳନୀରେ ସୂଚନା ଦେଇଥିଲେ । ଇସ୍ପାତ ତିଆରି ପାଇଁ ଜେଏସପି ବିଶ୍ଵର ପ୍ରଥମ କୋଇଲା ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିସାରିଛି । ଓଡିଶାରେ ତାଙ୍କର ଅଭିଜ୍ଞତା ସମ୍ପର୍କରେ ସେ କହିଥିଲେ ଯେ, ଯଦିଓ ଓଡିଶାର ସର୍ବବୃହତ୍ତ ଇସ୍ପାତ କାରଖାନା ନିର୍ମାଣ କରିବାର ଯାତ୍ରା ସହଜ ନଥିଲା, ରାଜ୍ୟ ସରକାର, ଓଡିଶାବାସୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଜେଏସପି ସମସ୍ତ ଆହ୍ଵାନକୁ ସଫଳତାର ସହ ମୁକାବିଲା କରିପାରିଛି । Advertisement
ହୋଣ୍ଡାର ନୂତନ ଶୋରୁମ୍ ଉଦ୍ଘାଟିତ ଅନୁଗୁଳ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ମମତା ମୋଟର୍ସ ଉଦ୍ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର…
ଅଗ୍ନି ପ୍ରତିରୋଧକ ଇସ୍ପାତ ନିର୍ମାଣ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ପ୍ରଥମ ବିଆଇଏସ୍ ଲାଇସେନ୍ସ ଭୁବନେଶ୍ବର – ଛତିଶଗଡର ରାଇଗଡସ୍ଥିତ ରେଳ ମିଲ୍ ଏବଂ ସ୍ପେଶାଲ ପ୍ରୋଫାଇଲ୍ ମିଲରେ ଭାରତର ପ୍ରଥମ ଅଗ୍ନି ପ୍ରତିରୋଧକ ଷ୍ଟିଲ୍ ନିର୍ମାଣ ପାଇଁ ଦେଶର ଅଗ୍ରଣୀ ଇସ୍ପାତ…
ଅନୁଗୁଳରେ ପ୍ରତିଷ୍ଠା ହେବ ନୂତନ ଏମଏସଏମଇ ପାର୍କ ଅନୁଗୁଳ – ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ…