ମୁଖ୍ୟ ଖବର ୨୪ ତାରିଖ ୧୨ ଘଣ୍ଟିଆ ପାଲଲହଡା ବନ୍ଦ Angul OnlineDecember 20, 2022December 20, 2022 ପାଲଲହଡା – ଜାତୀୟ ରାଜପଥ ନଂ ୧୪୯ ର ଦୁରବସ୍ଥା ଏବଂ ଜାତୀୟ ରାଜପଥ ନଂ ୪୯ ର ସ୍ଥାନୀୟ ଶିବମନ୍ଦିରକୁ ଅଣ୍ଡରପାସ ରାସ୍ତା ନିର୍ମାଣ ଦାବିରେ ଆସନ୍ତା ୨୪ ତାରିଖ ପାଲଲହଡା ବନ୍ଦ ଡାକରା ଦିଆ ଯାଇଛି । ପାଲଲହଡା ବିଧାୟକ ମୁକେଶ କୁମାର ପାଲ ଏହି ବନ୍ଦ ଡାକରା ଦେଇଥିବା ମଙ୍ଗଳବାର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି I ଦୀର୍ଘଦିନରୁ ପାଲଲହଡା କାଇଁସିରିପାଲି ଛକ ଠାରୁ ପିତିରି ଛକ ପର୍ଯ୍ୟନ୍ତ ୭୦ କିମି ରାସ୍ତା ଖରାପ ହୋଇଯାଇଥିବା ବେଳେ ବାରମ୍ବାର ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଏହା ସହ ସ୍ଥାନୀୟ ଶିବମନ୍ଦିର ଛକ ନିକଟ ରେ ଜାତୀୟ ରାଜପଥ ସମ୍ପ୍ରସାରଣ ଏବଂ ବିଭାଗୀୟ ଦୁରଦୃଷ୍ଟିର ଅଭାବ ଯୋଗୁଁ ସହରରୁ ଶିବମନ୍ଦିରକୁ ଯାଇଥିବା ରାସ୍ତାଟି ସମ୍ପୂର୍ଣ ବିଛିନ୍ନ ହୋଇଯାଇଛି । ଯାହାଫଳରେ ସ୍ଥାନୀୟ ଶ୍ରଦ୍ଧାଳୁ ଶିବମନ୍ଦିରକୁ ଯାଇ ପାରୁନାହାନ୍ତି । ତେଣୁ ଉକ୍ତ ସ୍ଥାନରେ ଏକ ଅଣ୍ଡରପାସ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ରାଜପଥ ବିଭାଗ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । କେନ୍ଦ୍ରୀୟ ସଂସ୍ଥା ବାରମ୍ବାର ପାଲଲହଡାକୁ ଅବହେଳା କରୁଛନ୍ତି ବୋଲି ଅଭିଯୋଗ ଆଣି ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ୧୨ ଘଣ୍ଟିଆ ପାଲଲହଡା ବନ୍ଦ ଡାକରା ଦେଇଛନ୍ତି I ଏହି ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି ବିଧାୟକ ମୁକେଶ ପାଲ କହିଛନ୍ତି । Advertisement
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…
ବଦଳିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ନିରଞ୍ଜନ ସାହୁଙ୍କର ପୁଣି ଥରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଭାବେ ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଛି…
ନିଖୋଜ ନାବଳକକୁ ବଳି ସନ୍ଦେହ – ପୁଲିସ ଗାଡି ଜାଳିଦେଲେ ଉତ୍ତ୍ଯକ୍ତ ଲୋକେ ଅନୁଗୋଳ – ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି…