ବିଧାୟକଙ୍କ ଉପରେ ପଞ୍ଚାୟତ ପ୍ରତିନିଧି ଖପା – ଦେଲେ ଇସ୍ତଫା ଚେତାବନୀ

ବିଧାୟକଙ୍କ ଉପରେ ପଞ୍ଚାୟତ ପ୍ରତିନିଧି ଖପା – ଦେଲେ ଇସ୍ତଫା ଚେତାବନୀ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପଞ୍ଚାୟତ ସମିତି ୭ ନମ୍ବର ଜୋନର ତ୍ରୀସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ କିଛି ପ୍ରତିନିଧି ମାନେ ସ୍ଥାନୀୟ ବିଧାୟକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ଏ ନେଇ ସେମାନେ ଜିଲ୍ଲାପାଳଙ୍କୁ ଏକ ପତ୍ର ଦେବା ସହ ଅଭିଯୋଗ କରିଛନ୍ତି ଯେ ତାଙ୍କ ଅଞ୍ଚଳରେ ଗତ ଦୁଇ ବର୍ଷ ହେଲା ବିଭିନ୍ନ ଉନ୍ନୟନ କାମ ହୋଇ ପାରୁ ନାହିଁ । ଅନେକ କାର୍ଯ୍ୟର ଅର୍ଥ ମଞ୍ଜୁର ହୋଇ ପଡି ରହିଥିବା ବେଳେ ବିଧାୟକ ରମେଶ ସାଏ ହସ୍ତକ୍ଷେପ କରି ଏହି ସବୁ କାମ କରାଇ ଦେଉ ନାହାନ୍ତି । ବିଧାୟକ ଆଠମଲ୍ଲିକ ବିଡିଓଙ୍କ ଉପରେ ଚାପ ପ୍ରୟୋଗ କରି ଏଭଳି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିବା ସହ ଏ ନେଇ ସେ ବାରମ୍ବାର ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଏଣୁ ଏହି ସବୁ ସମସ୍ୟାର ସମାଧାନ ପାଇଁ ୭ ଦିନର ସମୟ ଦେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ୭ ଦିନ ଭିତରେ ସମାଧାନ ନ କରାଗଲା ଗଲେ ନିଜ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ୭ ନମ୍ବର ଜୋନର ଜିଲ୍ଲା ପରିଷଦ ଚିତ୍ତ ରଞ୍ଜନ କର୍ଣ୍ଣ , ଆଠମଲ୍ଲିକ ବ୍ଲକ ଉପାଧ୍ୟକ୍ଷା ବବିତା କର୍ଣ୍ଣ , ଅଏଡା ପଞ୍ଚାୟତ ସରପଞ୍ଚ ଓ ଅନ୍ୟ ତିନି ଜଣ ୱାର୍ଡ ମେମ୍ବର ଜିଲ୍ଲାପାଳଙ୍କୁ ଲେଖି ଜଣାଇଛନ୍ତି ।  

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply