ମୁଖ୍ୟ ଖବର ମଦ୍ୟପାନ କରି ଲକ୍ଷ୍ମୀ ବସ ଚଳାଉଥିଲେ ଡ୍ରାଇଭର – ଅଟକ ରଖିଲେ ଲୋକେ Angul OnlineMarch 25, 2024March 25, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଡାବରଧୁଆଁ ଛକ ଠାରୁ ଲକ୍ଷ୍ମୀ ବସ ଡ୍ରାଇଭରକୁ ପୋଲିସ ଅଟକ ରଖିଛି। ସୂଚନା ଯେ, ଅନୁଗୋଳ ଅଞ୍ଚଳରୁ ବଡକେରଜାଙ୍ଗ ଆଡକୁ ଲୋକ ମାନଙ୍କୁ ନେଇ ଲକ୍ଷ୍ମୀ ବସ ଯାଉଥିଲା। ଡ୍ରାଇଭର ର ବେପାରୁଆ ଗାଡି ଚାଳନା ପାଇଁ ଲୋକ ମାନେ ବିରୋଧ କରିଥିଲେ। ପରେ ଲୋକ ମାନେ ଜାଣିବାକୁ ପାଇଥିଲେ ଯେ, ଡ୍ରାଇଭର ଜଣଙ୍କ ମଦ୍ୟପାନ କରି ଗାଡି ଚଳାଉଛନ୍ତି। ଯାହା ଫଳରେ ଲୋକ ମାନେ ଡାବରଧୁଆଁ ଛକ ଠାରେ ଗାଡି ରୁ ଓହ୍ଲାଇବା ସହ ଡ୍ରାଇଭର କୁ ଅଟକ ରଖିବା ସହ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ମାନେ ପୋଲିସ କୁ ଖବର ଦେବାରୁ ଘଟଣା ସ୍ଥଳରେ ପୋଲିସ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭର ଏବଂ ବସ କୁ ଅଟକ ରଖିଛି । ଏ ଘଟଣା ବିଷୟରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛନ୍ତି। Advertisement
ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି…
ଡାକବଙ୍ଗଳାରୁ କଟା ଶାଗୁଆନ ଗଛ ପୌରପାଳିକା କ୍ୱାଟରରୁ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ଗତ କାଲି ରାତିରେ କେହି ଦୁର୍ବୃତ୍ତ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବାର…
ବସ ଧକ୍କାରେ ଯୁବକ ମୃତ – ବସ ଯାତ୍ରୀଙ୍କୁ ପ୍ରବଳ ମାଡ ମାରିଲେ ଉତ୍ତ୍ୟକ୍ତ ଲୋକେ ଅନୁଗୁଳ – ଅନୁଗୁଳ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଆଜି(ରବିବାର) ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…