ମଦ୍ୟପାନ କରି ଲକ୍ଷ୍ମୀ ବସ ଚଳାଉଥିଲେ ଡ୍ରାଇଭର – ଅଟକ ରଖିଲେ ଲୋକେ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଡାବରଧୁଆଁ ଛକ ଠାରୁ ଲକ୍ଷ୍ମୀ ବସ ଡ୍ରାଇଭରକୁ ପୋଲିସ ଅଟକ ରଖିଛି। ସୂଚନା ଯେ, ଅନୁଗୋଳ ଅଞ୍ଚଳରୁ ବଡକେରଜାଙ୍ଗ ଆଡକୁ ଲୋକ ମାନଙ୍କୁ ନେଇ ଲକ୍ଷ୍ମୀ ବସ ଯାଉଥିଲା। ଡ୍ରାଇଭର ର ବେପାରୁଆ ଗାଡି ଚାଳନା ପାଇଁ ଲୋକ ମାନେ ବିରୋଧ କରିଥିଲେ। ପରେ ଲୋକ ମାନେ ଜାଣିବାକୁ ପାଇଥିଲେ ଯେ, ଡ୍ରାଇଭର ଜଣଙ୍କ ମଦ୍ୟପାନ କରି ଗାଡି ଚଳାଉଛନ୍ତି। ଯାହା ଫଳରେ ଲୋକ ମାନେ ଡାବରଧୁଆଁ ଛକ ଠାରେ ଗାଡି ରୁ ଓହ୍ଲାଇବା ସହ ଡ୍ରାଇଭର କୁ ଅଟକ ରଖିବା ସହ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ମାନେ ପୋଲିସ କୁ ଖବର ଦେବାରୁ ଘଟଣା ସ୍ଥଳରେ ପୋଲିସ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭର ଏବଂ ବସ କୁ ଅଟକ ରଖିଛି । ଏ ଘଟଣା ବିଷୟରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛନ୍ତି।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored