ମୁଖ୍ୟ ଖବର ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ Angul OnlineJune 21, 2021June 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପେଟ୍ରୋଲ ଦାମ ତିନି ଅଙ୍କ ସ୍ପର୍ଶ କରିଛି । ଆକାଶ ଛୁଆଁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇଛନ୍ତି । ସାରା ଦେଶ ଓ ରାଜ୍ୟରେ ତୈଳ ଦର ବୃଦ୍ଧି ଯୋଗୁଁ ଏକ ପ୍ରକାର ଅସନ୍ତୋଷର ମାହୋଲ ଥିବା ବେଳେ ଖୋଦ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଠାରୁ ଆଠମଲ୍ଲିକରେ ପେଟ୍ରୋଲ ଦର ୧୦୦ ଟଙ୍କା ୩ ପଇସା ହୋଇଛି । ପେଟ୍ରୋଲ ଦରର ଏଭଳି ବୃଦ୍ଧି ଫଳରେ ଗାଡି ଚାଳକଙ୍କ ଚିନ୍ତା ବଢିଯାଇଛି । କରୋନା କାଳରେ ଏଭଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଲୋକେ କହିଛନ୍ତି । Advertisement
ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ ଅନୁଗୁଳ – ସ୍ୱାମୀ – ସ୍ତ୍ରୀ ଝଗଡାରେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିରେ…
ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା…
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…