ମୁଖ୍ୟ ଖବର ଦୁଇ ବର୍ଷ ପରେ ଖୋଲିବ ପ୍ରକୋଷ୍ଠ – ସରକାରୀ କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି Angul OnlineApril 17, 2022April 17, 2022 ଅନୁଗୁଳ – ସୋମବାରରୁ ସବୁ ସରକାରୀ କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି । ଦୁଇ ବର୍ଷ ପରେ ପୁଣି ଥରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ପୂର୍ବପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣି ହେବ । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସବୁ ବିଭାଗୀୟ ମୁଖ୍ୟ , ପୁଲିସ ମହାନିର୍ଦ୍ଦେଶକ , ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରିଛନ୍ତି । ୨୦୨୦ ମାର୍ଚ୍ଚ ୧୩ ରୁ କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ ଥିଲା । ଏହି ସମୟରେ ଜନଶୁଣାଣି ପୋର୍ଟାଲ୍ରେ ଅନ୍ଲାଇନ୍ରେ ଅଭିଯୋଗର ଶୁଣାଣି ହେଉଥିଲା । ଏବେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ପାଇଁ ସାଧାରଣ ଲୋକେ ଲୋକସେବା ଭବନ , ଖାରବେଳ ଭବନ , ରାଜୀବ ଭବନ ଓ କୃଷି ଭବନକୁ ପ୍ରବେଶ କରିବାକୁ ଅନୁମତି ପାଇବେ । ସେନେଇ ଗୃହ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି ନେଇ ଆଗୁଆ ପ୍ରଚାର କରିବେ । ଏଥିପାଇଁ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅନୁଗୁଳ ଜିଲ୍ଲାର ସମସ୍ତ ବିଭାଗକୁ ମଧ୍ୟ ଚିଠି ଲେଖି ଅଭିଯୋଗ ପ୍ରକୋଷ୍ଠ ଖୋଲି ଶୁଣାଣି କରିବାକୁ ନିର୍ଦେଶ ଦେଇଛନ୍ତି । ଏହା ସହ ସମସ୍ତ ବିଭାଗକୁ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଅଭିଯୋଗ ଶୁଣାଣି ବେଳେ ଉପସ୍ଥିତ ରହିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ଅଭିଯୋଗ ଶୁଣାଣି ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Advertisement
ଜାଲ ପ୍ରମାଣପତ୍ର ଦେଇ ପିଇଟି ଶିକ୍ଷକ – ୧୦ ଜଣଙ୍କ ନାମରେ ଅଭିଯୋଗ କଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ।…
ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି । ଏହି ମରାମତି…
ସାମାନ୍ୟ କଳହରୁ ସାନଭାଇକୁ ହାଣିଦେଲା ବଡଭାଇ ! ଅନୁଗୁଳ – ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି ।…