ଅନୁଗୁଳ – ମହାବିଷୁବ ସଂକ୍ରାନ୍ତି ଅବସରରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଉତ୍ସବ ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ଠାରେ ପାଳନ ହୋଇଯାଇଛି । ଏହି ଅବସରରେ କବୟିତ୍ରୀ ଶାନ୍ତିଲତା ରଥ ଙ୍କ ଶିଶୁ ,କିଶୋର କବିତା ସଂକଳନ “କବିତା ପଢ ଆଗକୁ ବଢ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏଥିରେ ୫୮ ଟି ଶିଶୁ କବିତା ସ୍ଥାନିତ ହୋଇଛି । ଏହା କବୟିତ୍ରୀ ଙ୍କ ସପ୍ତମ ପୁସ୍ତକ ସଂକଳନ । ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡ. ବିଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ନିଖିଲ ରଞ୍ଜନ ମିଶ୍ର, ସଂସଦ ର ସଭାପତି କୁମୁଦ ଚନ୍ଦ୍ର ଦାଶ, ସମ୍ପାଦକ ରାଧାକାନ୍ତ ମହାନ୍ତି, ପ୍ରଫେସର ଶାନ୍ତନୁ କୁମାର ସର, ଅବସରପ୍ରାପ୍ତ ପ୍ରଧ୍ୟାପିକା ଡଃ ଇନ୍ଦିରା ଦାଶ , ବ୍ୟଙ୍ଗକବି ବୈରାଗୀ ମଲିକ,ଗିତାମୟୀ ମହାପାତ୍ର ଙ୍କ କର କମଳରେ ପୁସ୍ତକ ଟି ଉନ୍ମୋଚନ ହୋଇଯାଇଛି। ପୁର୍ବରୁ କବୟିତ୍ରୀ ଶ୍ରୀମତୀ ରଥଙ୍କ ଲିଖିତ,’ ଶ୍ରଦ୍ଧାଞ୍ଜଳି’, ‘ଶ୍ରଦ୍ଧା ସୁମନ ‘ , ‘ଜୀବନ ପଥ’, ‘ପୁଷ୍ପାଞ୍ଜଳି ‘, ‘ଭିନ୍ନ ପୃଥିବୀ ‘, ଓ ,’ନୀଡ ଓ ଆକାଶ ‘, ଆଦି ପୁସ୍ତକ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ଉତ୍ସବ ରେ ପ୍ରକାଶକ ଜୟନ୍ତ କୁମାର କର ଙ୍କ ସମେତ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ଶିଶୁ କିଶୋର କବିତା ସଂକଳନ ପୁସ୍ତକ ଉନ୍ମୋଚିତ
