ଅପରାଧ ଟ୍ରକ ଲୁଟ ଉଦ୍ୟମ ବେଳେ ୫ ଡକାୟତଙ୍କୁ ଗିରଫ କଲା ପୁଲିସ Angul OnlineApril 29, 2024April 29, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ଦ୍ଵାରା ୫ ଆନ୍ତଜିଲ୍ଲା ଲୁଟେରା ଗିରଫ । ଜାତୀୟ ରାଜପଥ ୧୪୯ ସନ୍ଥପଡା ନିକଟରେ ୯ ଜଣ ଯୁବକ ମାରଣାସ୍ତ୍ର ଧରି ଟ୍ରକ ଗୁଡ଼ିକୁ ଅଟକାଇ ଲୁଟ ଯୋଜନା କରୁଥିବା ବେଳେ ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୫ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ବାକି ୪ ଜଣ ଲୁଟେରା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ୫ ଜଣଙ୍କ ପାଖରୁ ବିଭିନ୍ନ ମାରଣାସ୍ତ୍ର ସହ ଏକ ବନ୍ଧୁକ ଜବତ ହୋଇଛି । ଲୁଟେରା ମାନେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଅଞ୍ଚଳର ପିଙ୍କୁ ନାଏକ , ବିମଳ ନାଏକ , ବଂଶୀଧର ନାଏକ , ତାଳଚେର ଥର୍ମାଲ ଜଗନ୍ନାଥପୁର ଅଞ୍ଚଳର ବିଶ୍ୱଜିତ୍ ନାଏକ , ତାଳଚେର ଡେରା ଅଞ୍ଚଳର ଅମରେଶ ନାଏକ , ଅଭିମନ୍ୟୁ ନାଏକ , ବଅଁରପାଳ ଅଞ୍ଚଳର ଦିଲୁ ନାଏକ ଏବଂ ଢେଙ୍କାନାଳ ପରଜଙ୍ଗ ଅଞ୍ଚଳର ଚନ୍ଦନ ନାଏକ ଏବଂ ସରୋଜ ନାଏକ ବୋଲି ତାଳଚେର ପୁଲିସ ସୂଚନା ଦେଇଛି । Advertisement
ଗୁଳିକାଣ୍ଡ ଘଟଣାରେ ୫ ଗିରଫ – ହତ୍ୟା ପାଇଁ ଦିଆ ଯାଇଥିଲା ସୁପାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଧୋକୁଟା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସକୁ ସଫଳତା ମିଳିଛି। ଏହି ମାମଲରେ ପୁଲିସ ୫ ଜଣଙ୍କୁ ଗିରଫ…
ମହିଳାଙ୍କୁ ହତ୍ୟା !! – କୂଅ ଭିତରୁ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଟାଙ୍ଗରସାହିର ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି…
ବଡବାପାଙ୍କୁ ହତ୍ୟା କଲା ପୁତୁରା-ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ହଣ୍ଡପା – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବିଲେଇନାଳି ଗ୍ରାମରେ ଜମି ବାଡି ବିବାଦକୁ ନେଇ ବଡ଼ବାପାଙ୍କ ଜୀବନ ନେଲା ପୁତୁରା । ମୃତକ ଜଣଙ୍କ…