ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ସିଆଇଏସ୍ଏଫ୍ ୟୁନିଟ୍ର ଜଣେ ହେଡ୍ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ଠାରୁ କିଛିଦିନ ତଳେ ସାଇବର ଲୁଟେରା ମାନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ଏହି ଲୁଟ ଘଟଣାରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ସାଇବର ଲୁଟେରା ଜଣଙ୍କ ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଜିଲ୍ଲା ପାଣ୍ଡବେଶ୍ୱର ଥାନା ଇଲାକା ଦୁଲରବନ୍ଧ ଗ୍ରାମର ମନିର ମିଆ (୨୬) ।
ସୂଚନା ଅନୁସାରେ ସଞ୍ଜୟ ନାରଜିନାରି , ଫୋନ୍ ପେ ଜରିଆରେ ତାଙ୍କ ପତ୍ନୀଙ୍କ ପାଖକୁ ଟଙ୍କା ପଠାଇ ଥିଲେ । ସେହି ଟଙ୍କା କିନ୍ତୁ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଯାଇ ନଥିଲା । ଏଥିପାଇଁ ସଞ୍ଜୟ ଗୁଗୁଲରେ ଫୋନ ପେ ଟୋଲ ଫ୍ରି ନମ୍ବର ଖୋଜି କଲ କରିବା ବେଳେ ସେ ଠକ ହାବୁଡ଼ରେ ପଡ଼ି ଯାଇଥିଲେ । ସାଇବର ଅପରାଧୀ ଏନିଡେସ୍କ ନାମକ ଏକ ଆପ୍ଲିକେସନ ପକାଇବାକୁ ପରାମର୍ଶ ଦେବା ସହ ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୪ ହଜାର ୯୯୦ ଟଙ୍କା ଲୁଟି ନେଇଥିଲେ । ଏନେଇ ସଞ୍ଜୟ ନାରଜିନାରି ଏନ୍ଟିପିସି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଛାନ୍ଭିନ୍ ଚଳାଇଥିବା ବେଳେ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ସାଇବର ଠକକୁ ଠାବ କରି ପାରିଥିଲେ । ସାଇବର ଠକ ମନିର ମିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା ନିକଟରୁ କେବଳ ଗୋଟିଏ ମୋବାଇଲ ଫୋନ୍ ପୁଲିସ୍ ଜବତ କରି ପାରିଛି । ଲୁଟ୍ ଟଙ୍କାରେ ମୋବାଇଲ କିଣା ଯାଇଥିବା ବେଳେ ମନିର୍ ଏହା ବ୍ୟବହାର କରୁଥିଲା । ଘଟଣାର ଅଧିକ ଖୋଳତାଡ ଚାଲିଛି ବୋଲି ପୁଲିସ୍ କହିଛି ।
What’s your Reaction?
+1
+1
+1
+1
+1
+1
+1