ହାଇସ୍କୁଲରେ ନିମ୍ନମାନର କାର୍ଯ୍ୟ – ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ହାଇସ୍କୁଲରେ ନିମ୍ନମାନର କାର୍ଯ୍ୟ – ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ନିଶା ଗ୍ରାମର ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରି ସୋମବାର ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ଘେରିଥିଲେ । ସୂଚନା ଅନୁସାରେ , ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏହି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଯୋଜନାରେ ସରକାର ସାମିଲ କରିଛନ୍ତି । ତେବେ ସ୍ମାର୍ଟ ସ୍କୁଲ ନିର୍ମାଣ ହେଉଥିବା ବେଳେ ଘର ଛାତରୁ ପାଣି ପଡୁଛି । ସେହିଭଳି ପୁରୁଣା ପାଚେରୀରେ ରଙ୍ଗ କରିଥିବା ବେଳେ ପାଚେରୀକୁ ହାତରେ ଧରିଲେ ପ୍ଲାଷ୍ଟର ଉଠିଯାଉଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଲାଇବ୍ରେରୀ ଏବଂ ଚଟାଣ ଗୁଡିକରେ ଟାଇଲସ ବସା ଯାଉଥିବାବେଳେ ସିମେଣ୍ଟ ବଦଳରେ ବାଲି ଦ୍ୱାରା ଟାଇଲସ ଲଗାଯାଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ବିଭାଗୀୟ ଯନ୍ତ୍ରୀ ଆଜି ସ୍କୁଲକୁ ଆସିଥିବାବେଳେ ତାଙ୍କୁ ଗ୍ରାମବାସୀ ୩ ଘଣ୍ଟା ଘେରି ରହିଥିଲେ । ଖବର ପାଇ ଛେଣ୍ଡିପଦା ବିଡିଓ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ସହ ଗ୍ରାମବାସୀଙ୍କୁ ଏକ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲେ । ଫଳରେ ଅଭିଭାବକ ଓ ଗ୍ରାମବାସୀ ମାନେ ଏହି ଅଭିଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି ।

What’s your Reaction?
+1
1
+1
0
+1
0
+1
0
+1
8
+1
1
+1
1

Leave a Reply