ମୁଖ୍ୟ ଖବର ଟିଟିପିଏସ୍ ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ Angul OnlineFebruary 3, 2024February 3, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍) ଅଞ୍ଚଳ ପୁଣି ହସି ଉଠିବ । ଆରମ୍ଭ ହେବ ହେବ ଥର୍ମାଲ ପ୍ଲାଣ୍ଟର କାମ । ଏଥିପାଇଁ ଶନିବାର ପ୍ରଧାନମନ୍ତ୍ରୀ ଟିଟିପିଏସ୍ର ନୂଆ ପ୍ଲାଣ୍ଟ ପାଇଁ ଶିଳାନ୍ୟାସ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଏହି ଶିଳାନ୍ଯାସ କରିବା ପରେ ତାଳଚେର ଅଞ୍ଚଳରେ ନୁଆଁ ଆଶା ସଞ୍ଚାର ହୋଇଛି । ଟିଟିପିଏସ ଚାଲିଲେ ପୁଣି ସେହି ଅଞ୍ଚଳର ଅର୍ଥନୀତି ଗତିଶୀଳ ହୋଇ ପାରିବ । ଏପଟେ ଚାକିରି ହରାଇଥିବା ହଜାରେରୁ ଅଧିକ ଲୋକଙ୍କ ଭିତରେ ମଧ୍ଯ ଆଶା ସଂଚାର ହୋଇଛି। ଏନ୍ଟିପିସି ଅଧୀନରେ ଥିବା ଟିଟିପିଏସ୍କୁ ୩ ବର୍ଷ ତଳେ ବନ୍ଦ କରାଯାଇଥିଲା । ଏହି ପ୍ଲାଣ୍ଟ ପୁରୁଣା ହୋଇ ବିପଜ୍ଜନକ ହୋଇଯାଇଥିବା ଦର୍ଶାଇ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରି ଦେଇଥିଲେ । ଏହା ପୁଣି ଚାଲିବ, ନ ଚାଲିବ ନେଇ ବର୍ଷେ କାଳ ଦ୍ବନ୍ଦ ପରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଘୋଷଣା ହୋଇଥିଲା । ପରେ ଏହାର ସମ୍ପ୍ରସାରଣ ନେଇ ଖସଡ଼ା ପ୍ରସ୍ତୁତ ହୋଇଥିଲା । ପୁରୁଣା ଟିଟିପିଏସ୍ କ୍ୟାମ୍ପସରେ ଏକ ନୂଆ ସମ୍ପ୍ରସାରିତ ପ୍ଲାଣ୍ଟ ପାଇଁ ଶନିବାର ଭୂମିପୂଜା କରା ଯାଇଛି । ତେବେ ନିର୍ମାଣ ହେବାକୁ ଥିବା ଏହି ନୂତନ ପ୍ଲାଣ୍ଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ୧୩୨୦ ମେଗାୱାଟ ବିଜୁଳି ଉତ୍ପାଦନ ହେବ ଯାହା ଓଡିଶା ସମେତ ତାମିଲନାଡୁ ଗୁଜୁରାଟ ଓ ଆସାମକୁ କମ ମୂଲ୍ୟରେ ବିଜୁଳି ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେଥିରୁ ପ୍ରଥମ ୟୁନିଟ୍ ୨୦୨୬ ନଭେମ୍ବରରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଦ୍ୱିତୀୟ ୟୁନିଟ୍ ଏହାର ୬ ମାସ ଭିତରେ କାର୍ଯ୍ୟକ୍ଷମ ହେବ । ଏହି ନୂଆ ପ୍ଲାଣ୍ଟରେ କୋଇଲା ଜାଳେଣି କମ୍ କରାଯିବ । ଫଳରେ କମ୍ ପାଉଁଶ ବାହାରିବ । ଏହାସହ ପ୍ରଦୂଷଣ ମାତ୍ର ବି କମ୍ ରହିବ । ଆଉ ଅଧିକ ଜମି ଅଧିଗ୍ରହଣ ନ କରି ସେତିକି ଜାଗାରେ ଏହି ପ୍ଲାଣ୍ଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖା ଯିଅଥିବା ବେଳେ ଆପାର୍ଟମେଣ୍ଟ ଡିଜାଇନରେ କ୍ୱାଟର ନିର୍ମାଣ ହେବ । Advertisement
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ତାଳଚେର – ୧୦ ବର୍ଷର ପ୍ରେମ ସଂପର୍କ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ , ପ୍ରେମିକା ଗର୍ଭବତୀ ହେଲେ । ବୁଝାସୁଝା କରି ପ୍ରେମିକ…
ବଜ୍ରପାତରେ ଵାପ-ପୁଅ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବା ସହ ପବନ ହୋଇ ବଡ ବଡ ଗଛ…
କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ ଅନୁଗୁଳ – ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା…