ଅପରାଧ ୧୦ ଟଙ୍କା ରିଚାର୍ଜ କରି ହରାଇଲେ ୭୦ ହଜାର ଟଙ୍କା Angul OnlineJune 13, 2021June 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଠକଙ୍କ ହାବୁଡରେ ପଡି ଜଣେ ବ୍ୟକ୍ତି ଆକାଉଣ୍ଟରୁ ତାଙ୍କ ହରାଇଛନ୍ତି । ସୂଚନା ଅନୁସାରେ କପ୍ତିପଦା , ଜୟଘୁଣ୍ଟିଆ ଅଞ୍ଚଳର ଦେବାଶିଷ ପ୍ରିୟଦର୍ଶୀ ବେହେରା ନାମକ ଜଣେ ବ୍ୟକ୍ତି ଟାଟା କମ୍ପାନୀରେ କାମ କରୁଥିବା ବେଳେ ଅନୁଗୁଳ ତୁରଙ୍ଗସ୍ଥିତ ଦୁର୍ଗାବିହାର ଅଞ୍ଚଳରେ ରୁହନ୍ତି । ଆଜି ତାଙ୍କ ମୋବାଇଲକୁ ଏକ ଅଜଣା ନାମବାରରୁ କଲ ଆସିଥିବା ବେଳେ ୧୦ ଟଙ୍କା ରିଚାର୍ଜ ନ କଲେ ସିମ ଟି ଅକାମି ହୋଇଯିବ ବୋଲି ଅଜଣା ବ୍ୟକ୍ତି ଜଣଙ୍କ କହିଥିଲେ । ତାଙ୍କ କଥାକୁ ସହଜରେ ବିଶ୍ଵାସ କରିନେଇ ଦେବାଶିଷ କଣ କରିବାକୁ ପଡିବ ବୋଲି ପରାମର୍ଶ ମାଗିଥିଲେ । ଆଉ ସେହି ଅଜଣା ବ୍ୟକ୍ତିଙ୍କ ନିର୍ଦେଶ ଅନୁସାରେ ଦେବାଶିଷ ତାଙ୍କ ମୋବାଇଲରେ ଟିମ ଭିଉର କ୍ଵିକ ସପୋର୍ଟ ନାମକ ଏକ ଆପ୍ଲିକେସନ ଡାଉନଲୋଡ କରିବା ସହ ନେଟ ବ୍ୟାକିଂ ଜରିଆରେ ୧୦ ଟଙ୍କା ରିଚାର୍ଜ କରିଥିଲେ । ଆଉ ଏହା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୨୫ ହଜାର ଟଙ୍କା ଓ ପରେ ୨୫୦୦ ଟଙ୍କା କଟି ଯାଇଥିଲା । ଏହା ଦେଖି ଦେବାଶିଷ ସେହି ଅଜଣା ନମ୍ବରକୁ ପୁଣି ଫୋନ କରି ଏଭଳି ଟଙ୍କା କଟି ଯାଇଥିବା କହିଥିଲେ । ଅଜଣା ବ୍ୟକ୍ତି ଜଣଙ୍କ ବ୍ୟସ୍ତ ନ ହେବା ପାଇଁ କହିବା ସହ ଦେବାଶିଷଙ୍କୁ ତାଙ୍କ ଅନ୍ୟ ଆକାଉଣ୍ଟ ଗୁଡିକୁ ଚେକ କରିବା ପାଇ କହିଥିଲେ । ଆଉ ଦେବାଶିଷ ଅନ୍ୟ ଆକାଉଣ୍ଟ ଚେକ କରିବା ପରେ ପରେ ଦେବାଶିଷଙ୍କ ୩ ଟି ଆକାଉଣ୍ଟରୁ ୪ ଟି କିସ୍ତିରେ ମୋଟ ୬୯ ହଜାର ୫୦୦ ଟଙ୍କା କଟି ଯାଇଥିଲା । ସେ ଠକାମିରେ ପଡି ଯାଇଥିବା ଜାଣି ତୁରନ୍ତ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ଅନୁଗୁଳ ଥାନାରେ ୩୦୮/୨୧ ରେ ଏକ ମାମଲା ରୁଜ୍ଜୁ ହେବା ସହ ଖୋଦ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଷୋଇ ଘଟଣାର ତଦନ୍ତ କରୁଛନ୍ତି । Advertisement
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…
କେନାଲରେ ଭାସୁଛି ମୃତଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ…
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ – ଠେଙ୍ଗା ମାଡ଼ରେ ଯୁବକ ମୃତ ଆଠମଲ୍ଲିକ – ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ବଡବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କର ମୃତ୍ଯୁ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା…