ସମସ୍ୟା ହଟିଲା ଶୁଖିଲା ଗଛ – ଦୀର୍ଘ ଦିନ ଧରି ରାସ୍ତା ବନ୍ଦ ହୋଇ ରହିଥିଲା Angul OnlineJune 7, 2022June 7, 2022 ଅନୁଗୁଳ – ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର ଖବର ଅନୁଗୁଳ ଅନଲାଇନରେ ପ୍ରାକାଶ ପରେ ସେହି ରାସ୍ତାରୁ ପଡିଥିବା ଶୁଖିଲା ଗଛକୁ ହଟା ଯାଇଛି । ଯାହା ଫଳରେ ସେହି ରାସ୍ତାରେ ପ୍ରାୟ ୧୫ ଦିନ ହେବ ଯେଉଁ ଚଳାଚଳ ବନ୍ଦ ରହିଥିଲା ତାହା ସ୍ଵଭାବିକ ହୋଇଛି । ସୂଚନା ଅନୁସାରେ ଗତ ପ୍ରାୟ ୧୫ ତଳୁ କାଳ ବୈଶାଖୀ ପ୍ରଭାବରେ ଅନୁଗୁଳ ଅମଲାପଡା ଜୟଦୁର୍ଗା ପଡିଆ ପଛ ପାଖରେ ଏକ ଶିମିଳି ଗଛ ଭାଙ୍ଗି ପଡିଥିଲା । ଯାହାକି ସେବେଠାରୁ ଗତକାଲି ଯାଏ ପଡି ରହିଥିଲା । ଯାହାଫଳରେ ରାସ୍ତା ଅବରୋଧ ହେବା ସହ ରାସ୍ତାରେ ମଦ୍ୟପଙ୍କ ଆଡାସ୍ଥଳୀ ପାଲଟିଥିଲା । ଦିନ ଦ୍ଵିପହରରେ ମଧ୍ୟ ସେଠାରେ ମଦ ପିଉଥିବା ଦେଖିବାକୁ ମିଳିଥିଲା । ତେବେ ଏ ନେଇ ୬ ତାରିଖରେ ଅନୁଗୁଳ ଅନଲାଇନ ପକ୍ଷରୁ ଖବର ପ୍ରସାରଣ ପରେ ପୌରପାଳିକା ପକ୍ଷରୁ ଜେସିବି ମେସିନ ଲଗାଇ ରାସ୍ତାରୁ ଗଛକୁ ଗୋଟିଏ ପାଖକୁ ହଟେଇ ଦିଆ ଯାଇଛି । ଯାହା ଫଳରେ ସେ ରାସ୍ତାରେ ବର୍ତ୍ତମାନ ଚଳାଚଳ ସ୍ଵାଭାବିକ ହୋଇଛି । Advertisement
ଖଣି ପ୍ରଭାବିତ ଅଞ୍ଚଳର ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ବୈଠକ – ବିରୋଧ ଯୋଗୁଁ ଅଧାରୁ ବନ୍ଦ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ମନ୍ଦିର ପରିସରରେ ରବିବାର ଖଣି ପାଇଁ ପ୍ରଭାବିତ ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ଏକ…
ବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ ଅଭିଯୋଗ – ଟିପିସିଓଡିଏଲ ମ୍ୟାନେଜରଙ୍କୁ ଦାବିପତ୍ର ତାଳଚେର – ଟିପିସିଓଡିଏଲର ତାଳଚେର ଅଞ୍ଚଳର କର୍ମଚାରୀମାନେ ବାରମ୍ବାର ମନଇଚ୍ଛା ବିଜୁଳି କାଟ କରି ଉପଭୋକ୍ତାମାନଙ୍କ ଉପରେ ଦାଦାଗିରି କରି ବଳପୂର୍ବକ ବିଦ୍ୟୁତ ବିଲ ଆଦାୟ କରିବା…
ତହସିଲ କାର୍ଯ୍ୟାଳୟ ସମୁଖରେ ୯ ଦଫା ଦାବି ନେଇ ଗ୍ରାମବାସୀଙ୍କ ବିକ୍ଷୋଭ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ଆଦି ମୈାଜାରେ ଥିବା ନୟନୀ କୋଲ ବ୍ଲକ୍କୁ କୋଇଲା ଉତ୍ତୋଳନ ପାଇଁ…