ବାଣିଜ୍ୟ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ସଡକ ସୁରକ୍ଷା ସଚେତନତା Angul OnlineFebruary 25, 2022February 25, 2022 ଅନୁଗୁଳ – ଅନୁଗୁଳ ଲକ୍ଷ୍ମୀ ହୋଣ୍ଡା ଠାରେ ଶୁକ୍ରବାର ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ହୋଣ୍ଡା କମ୍ପାନୀର ଜୋନାଲ ମ୍ୟାନେଜର ସେଲସ ଅଜିତ ପଣ୍ଡା ଏବଂ ଜୋନାଲ ମ୍ୟାନେଜର କଷ୍ଟମର ସର୍ଭିସ ପ୍ରତାପ ସିଂହ ଯୋଗ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଗ୍ରାହକ ମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ଅବଗତ କରା ଯାଇଥିଲା । ସଠିକ ଗାଡି ଚାଳନା , ଟ୍ରାଫିକ ନିୟମ ମାନିବା , ବିଭିନ୍ନ ପ୍ରକାର ଟ୍ରାଫିକ ସିଗନାଲ ସମ୍ପର୍କରେ ଜାଣିବା , ହେଲମେଟର ଉପକାରିତା ସହିତ ପୋଷାକ ପିନ୍ଧିବା , ଗାଡିର ସଠିକ ଗତି ବ୍ୟବହାର କରିବା ଆଦି ବିଷୟରେ ସଚେତନ କରା ଯାଇଥିଲା । ଲକ୍ଷ୍ମୀ ହୋଣ୍ଡା କେବଳ ଯେ ଗାଡି କିମ୍ବା ଏହାର ସ୍ପେୟର ପାର୍ଟ୍ସ ବିକ୍ରି କ୍ଷେତ୍ର ଉପରେ ଗୁରୁତ୍ଵ ଦେଇଥାଏ ତାହା ନୁହେଁ , ବଂର ଗ୍ରାହକ ମାନେ କିଭଳି ସୁରକ୍ଷିତ ରହି ଗାଡି ଚଳାଇବେ ତାକୁ ମଧ୍ୟ ପ୍ରାଧାନ୍ୟ ଦେଇଥାଏ । ଏଥିପାଇଁ ଲକ୍ଷ୍ମୀହୋଣ୍ଡାର ସ୍ଵତନ୍ତ୍ର ଟିମ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ , କୋର୍ପୋରେଟ କମ୍ପାନୀ ଆଦିରେ ସଚେତନତା ଶିବିର ଆୟୋଜନ କରିଥାଏ ବୋଲି ଲକ୍ଷ୍ମୀ ହୋଣ୍ଡାର ସତ୍ତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିଥିଲେ । Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ମଲଟି ହସ୍ପିଟାଲର ଭୂମିପୂଜନ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ଏକ ମଲଟି ହସପିଟାଲର ଭୂମିପୂଜା ଅନୁଷ୍ଠିତ ହୋଇ ଯାଇଅଛି । ଛେଣ୍ଡିପଦା ବିଧାୟକ…
ପବିତ୍ର ଦଶହରାରେ ଲକ୍ଷ୍ମୀ ହୋଣ୍ଡା ତରଫରୁ ସ୍କ୍ରାଚ ଏଣ୍ଡ ୱିନ ଅଫର ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟରର ଅଧିକୃୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ପବିତ୍ର ଦଶହରା ଉପଲକ୍ଷେ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଗ୍ରାହକ…
Honda Activa EV – ଫୁଲ୍ ଚାର୍ଜରେ ଚାଲିବ 102KM ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ଭାରତୀୟ ବଜାରରେ 2ଟି ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ୍ ହୋଇଛି । କମ୍ପାନୀ ଏହି 2 ଇଲେକ୍ଟ୍ରିକ…