ଅପରାଧ ଘର ଭିତରେ ମହିଳାଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଓ ଟଙ୍କା ଲୁଟ Angul OnlineSeptember 29, 2022September 29, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଲୁଙ୍ଗା ଗାଁରେ ଏକୁଟିଆ ଥିବାର ସୁଯୋଗ ନେଇ ଘର ଭିତରେ ଜଣେ ମହିଳାଙ୍କୁ ବାନ୍ଧି ଟଙ୍କା, ସୁନା ଗହଣା ଆଦି ଲୁଟି ନେଇଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ବାଲୁଙ୍ଗା ଗ୍ରାମର ରୋଜାଲିନ୍ ସାହୁ ଘରେ ଦିନ ୧୨ ଟା ବେଳେ ଏକୁଟିଆ ଥିଲେ । ଏତିକି ବେଳେ ୩ ଜଣ ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସି ତାଙ୍କ ଘର ଆଗରେ ଛିଡା ହୋଇ ରହିଥିଲେ । ସବୁଆଡେ ନଜର କରିବା ପରେ ରୋଜାଲିନଙ୍କ ଡାକି ପାଣି ମାଗିଥିଲେ । ରୋଜାଲିନ ପାଣି ପାଇଁ ଯିବା ସମୟରେ ଉକ୍ତ ତିନି ଜଣ ଦୁର୍ବୁତ୍ତ ହଠାତ ତାଙ୍କ ପାଟିକୁ ବନ୍ଦ କରି ଦେଇ ହାତ ଓ ଗୋଡ଼ ବାନ୍ଧିି ଦେଇଥିଲେ। ପରେ ତାଙ୍କ ବେକରେ ଖଣ୍ଡା ଓ ମୁଣ୍ଡରେ ବନ୍ଧୁକ ଲଗାଇ ପିନ୍ଧିଥିବା ସୁନା ଚେନ୍, କାନ ଫୁଲ, ମୁଦି ଏବଂ ପାଉଁଜି ଖୋଲି ନେଇଥିଲେ । ଏହାପରେ ବେଡ଼ରୁମ୍ରେ ଥିବା ଆଲମିରା ଓ ଭାଙ୍ଗି ସେଥିରେ ଥିବା ପ୍ରାୟ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଏବଂ ନଗଦ ୫୦ ହଜାର ଟଙ୍କା ସହିତ ରୂପା ଲୁଟି ନେଇ ପଳାଇ ଯାଇଥିଲେ । ସେମାନେ ଯିବା ପରେ ରୋଜାଲିନ ପାଟି କରିବାରୁ ପଡ଼ୋଶୀ ଲୋକ ଆସି ତାଙ୍କୁ ଖୋଲିଥିଲେ । ପରେ ରୋଜାଲିନ ଏ ନେଇ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । Advertisement
ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି…
ଗାଁ ରାସ୍ତା ରେ ସମ୍ପର୍କୀୟ ଭାଣିଜୀ କୁ ହାଣିଲା ମାମୁଁ – ଭାଣିଜୀ ଗୁରୁତର ପାଲଲହଡ଼ା – ଅନଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଶିଗଡ ଗ୍ରାମରେ ମାତାଲ ସମ୍ପର୍କୀୟ ମାମୁଁର ଛୁରା ମାଡରେ ଭାଣିଜୀ ଗୁରୁତର ହୋଇଥିବା ଜଣା ପଡିଛି ।…
୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଦିନ ୮ଜଣ ମୋଟରସାଇକେଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ…