ଭଲ ଖବର ଭିନ୍ନ ଢଙ୍ଗରେ ଗୁରୁ ଦିବସ ପାଳନ କଲେ ସରପଞ୍ଚ Angul OnlineSeptember 5, 2023September 5, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଏକ ଭିନ୍ନ ଢଙ୍ଗରେ ମଙ୍ଗଳବାର ଗୁରୁ ଦିବସ ପାଳନ କରିଛନ୍ତି । ଯୁବ ସରପଞ୍ଚ ଅମରେଶ ନାଥ ଗୁରୁ ଦିବସ ଉପଲକ୍ଷେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ପଞ୍ଚାୟତରେ ଥିବା ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଯେ କେବଳ ଯୋଗ ଦେଇଥିଲେ ତା ନୁହେଁ , ପଞ୍ଚାୟତର ପ୍ରତ୍ୟେକ ଗାଁରେ ଥିବା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନିମନ୍ତ୍ରିତ କରି ଗୁରୁପୂଜନ କରିଥିଲେ । ପ୍ରବେଶ ଦ୍ୱାରରେ ସମସ୍ତ ଗୁରୁଙ୍କ ପାଦ ଧୋଇ ସ୍ୱାଗତ କରାଯାଇଥିଲା । ପରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା ପରେ ଯୋଗ ଦେଇଥିବା ସମସ୍ତ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିବା ସହ ଧୂପ ଚନ୍ଦନ ଦେଇ ପୂଜା କରା ଯାଇଥିଲା । ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସରପଞ୍ଚଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 75ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବା ଯୋଗୁଁ ସରପଞ୍ଚ ଅମରେଶଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଶ୍ରୀବତ୍ସ ମହାପାତ୍ର , ଦିଲୀପ କୁମାର ପ୍ରଧାନ, ଦୟାନିଧି ବେହେରା, ପ୍ରଶାନ୍ତ ପ୍ରଧାନ, ରାକେଶ ନାଥ, ରଞ୍ଜନ ପ୍ରଧାନ, ପୀତବାସ ବିଶ୍ୱାଳ, ଲଷ୍ମୀଧର ସାହୁ, ସୋମନାଥ ବିଶ୍ୱାଳ, କାବୁ ଗଡ଼ନାୟକ, ବୈଷ୍ଣବ ବେହେରା ଆଦି ଯୋଗ ଦେଇଥିଲେ । Advertisement
ସଚ୍ଚୋଟପଣିଆ ଦେଖାଇଲେ ଅଟୋଚାଳକ – ଫେରାଇଲେ ପାଇଥିବା ଟଙ୍କା ବ୍ୟାଗ ତାଳଚେର – ସାଂପ୍ରତିକ ସମାଜରେ ମାନବିକତା ହଜି ହଜି ଯାଉଥିବାବେଳେ କିଛି ବ୍ୟକ୍ତିଙ୍କ ପାଖରେ ମଣିଷପଣିଆ ଏବେ ବି ବଞ୍ଚିଛି । ଏହାର ଏକ ଉଦାହରଣ ଦେଖିବାକୁ…
ପ୍ଲାଷ୍ଟିକ ମୁକ୍ତ ଲକ୍ଷ୍ୟରେ ସାଥି – ତିଆରି କରୁଛନ୍ତି ଇକୋ ଇଟା ଅନୁଗୁଳ – ସାରା ବିଶ୍ବରେ ପ୍ରଦୂଷଣ ଏବେ ବଡ ସମସ୍ୟା ଭାବେ ଛିଡା ହୋଇଛି । କେଉଁଠି ବାୟୁ ପ୍ରଦୂଷଣ ତ ଆଉ କେଉଁଠି ଜଳ ପ୍ରଦୂଷଣ…
କୋଇଲା ନଗରୀ ନେବ ନୂଆଁ ରୂପ ଅନୁଗୁଳ – କଳାହିରାର ସହର ତାଳଚେର ସହର ରୂପ ବଦଳିବ । ତାଳଚେରରେ ବିଭିନ୍ନ ଆଖି ଝଲସିବା ବଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ତାଳଚେର ଷ୍ଟାଡିୟମ…