ମୁଖ୍ୟ ଖବର ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ Angul OnlineMay 23, 2021May 23, 2021 ଅନୁଗୁଳ – ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନା ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ । ତେବେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁଷ୍ଠାନର କର୍ମଚାରୀଙ୍କ ଠାରୁ ଜାଣିବାକୁ ମିଳିଛି । ଆଦୃତା ଶିଶୁ ସଦନର ସବୁ ପିଲାମାନଙ୍କର ସେ ମାଆ ଥିଲେ । ଅଲୋଡା, ଅବହେଳିତ ଶିଶୁମାନଙ୍କୁ ମଣିଷ କରିବାରେ ଜୀବନ ତାଙ୍କର ସମ୍ପୂର୍ଣ୍ଣ ରୁପେ ସମର୍ପିତ ଥିଲା । ତାଙ୍କର ସରଳ ଜୀବନ ଓ ଜୀବନାଦର୍ଶ ଯିଏ ଦେଖିଛି ତାକୁ ପ୍ରଭାବିତ କରିଛି । Advertisement
ଅଶ୍ବିନୀ ପାଇବେ ରାଜ୍ଯପାଳ ପଦକ ଅନୁଗୁଳ – ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୁଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା…
ଜାଲ ପ୍ରମାଣପତ୍ର ଦେଇ ପିଇଟି ଶିକ୍ଷକ – ୧୦ ଜଣଙ୍କ ନାମରେ ଅଭିଯୋଗ କଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ।…
ମୋବାଇଲରେ ଗପୁଥିବା ବେଳେ ଟଳି ପଡିଲେ ମହିଳା ପାଲଲହଡା – ମୃତ୍ୟୁ ଏମିତି ବି ଆସେ । ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା ମୋବାଇଲରେ ବସି କଥା ହେଉଥିବା ବେଳେ…