ଶଶୁର ଘର ଗାଁରେ ଗଲା ଜ୍ଵାଇଁ ଜୀବନ – ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ

ଶଶୁର ଘର ଗାଁରେ ଗଲା ଜ୍ଵାଇଁ ଜୀବନ – ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ

ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ଶ୍ବଶୁର ଘର ଗାଁକୁ ବୁଲି ଆସିଥିବା ବେଳେ ଜ୍ବାଇଁର ଜୀବନ ଚାଲି ଯାଇଛି । ସୂଚନା ଅନୁସାରେ , କେନ୍ଦୁଝର ଅଞ୍ଚଳର ନିରଞ୍ଜନ ବାରିକ ତାଙ୍କ ଶଶୁର ଘର ଶ୍ୟାମସୁନ୍ଦରପୁରକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ସେ ଘର ବାହାରେ ନିଜ ଫୋନରେ କଥା ହେଉଥିବା ସମୟରେ ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ଏକ ସପୋର୍ଟ ତାରକୁ ଧରି ନେଇଥିଲେ । ତେବେ ସେହି ସପୋର୍ଟ ତାରରେ କୌଣସି କାରଣ ବଶତଃ ବିଦ୍ୟୁତ ଥିବା ଯୋଗୁଁ ନିରଞ୍ଜନଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପାଲଲହଡା ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
2

Leave a Reply