ମୁଖ୍ୟ ଖବର ବାଜିରାଉତ ଛାତ୍ରାବାସରେ ଭବ୍ୟ ନିର୍ମାଣ କରି ହେବ ପର୍ଯ୍ୟଟନ ସ୍ଥଳ Angul OnlineApril 7, 2023April 7, 2023 ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ତୁମ୍ବିତୋଫାନ ହେଲାପରେ ହଠାତ୍ ଚେଇଁ ଉଠିଛି ରାଜ୍ୟ ସଂସ୍କୃତି ବିଭାଗ । ଖୋଦ୍ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ ଦାସ ଆଜି ଆର୍କିଟେକ୍ଚର ଟିମ୍ ସହ ଆସି ଗୋପବନ୍ଧୁ ପାର୍କ ପରିଦର୍ଶନ କରିଛନ୍ତି । ନିର୍ଦ୍ଦେଶକ ଶ୍ରୀ ଦାସଙ୍କ ସହିତ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ, ଖଲ୍ଲିକୋଟ୍ ଆର୍ଟସ୍ କଲେଜର ପୂର୍ବତନ ପ୍ରିନ୍ସିପାଲ୍ ତଥା ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଭବ୍ୟ ପ୍ରତିମୂର୍ତ୍ତିର ନିର୍ମାତା ଜୟନ୍ତ କୁମାର ଦାସ, ଓବିସିସିର ଚେୟାରମ୍ୟାନ୍ ଜେ.କେ. ଦାସ, ଅର୍କିଟେକ୍ଚର ଅକ୍ଷୟ ବରୁଆ, ମେଘା ଗୋୟଲ୍ ପ୍ରମୁଖ ଆଜି ଏଠାକୁ ଆସିଥିଲେ । ରାଜ୍ୟସରକାରଙ୍କ ଏହି ଟିମ୍ ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି କରାଯାଇଥିବା ଭୁଲ୍କୁ ଅକ୍ଷମଣୀୟ ବୋଲି ଦର୍ଶାଇବା ସହିତ ଫାଇବର୍ରେ ନୁହେଁ, ବରଂ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ପ୍ରତିମାକୁ ବ୍ରୋଞ୍ଜ୍ରେ ତିଆରି କରାଇବାକୁ ନିଷ୍ପତ୍ତି ନେଇଥିଲେ । ସେହିପରି, ପାର୍କ ବଦଳରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନୂଆ ଜାଗା ଚୟନ କରିବାକୁ ନିର୍ଦ୍ଦେଶକ ଶ୍ରୀ ଦାସ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ । ସମ୍ଭବତଃ, ଅନୁଗୁଳ ଜିଲ୍ଲା ସଭାଘରଠାରେ ନବକୃଷ୍ଣ-ମାଳତୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସଂସ୍କୃତି ବିଭାଗ ଯୋଜନା କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ଏଥିସହିତ, ବାଜି ରାଉତ ଛାତ୍ରାବାସକୁ ଯାଇ ପ୍ରତିମୂର୍ତ୍ତି ସମ୍ପର୍କରେ ନବବାବୁଙ୍କ ଝିଅ କୃଷ୍ଣା ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ। କହିଥିଲେ, ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଏବଂ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରକୁ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ସରକାର ସେ ଅଞ୍ଚଳକୁ ଏକ ନୂଆ ଭବ୍ୟ ରୂପ ଦେଇଛନ୍ତି। ସୁଆଣ୍ଡୋ ପରି ବାଜିରାଉତ ଛାତ୍ରାବାସରେ ଭବ୍ୟ ନିର୍ମାଣ କରି ଏକ ପର୍ଯ୍ୟଟନ ସ୍ଥଳ କରିବାକୁ ନିର୍ଦ୍ଦେଶକ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ସେଥିପାଇଁ ସୁଆଣ୍ଡୋରେ ଯେମିତି ଗୋପବନ୍ଧୁଙ୍କର ଏକ ବିରାଟ ପ୍ରତିମୂର୍ତ୍ତି ହୋଇଛି, ବାଜିରାଉତ ଛାତ୍ରାବାସରେ ବି ସେହିଭଳି ଆକର୍ଷଣୀୟ ସୁ-ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ । Advertisement
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…
ଟ୍ରକ ସହ ଧକ୍କା ହୋଇ ୨ ମୋଟରସାଇକେଲ ଆରୋହୀ ମୃତ ଅନୁଗୁଳ – ସଡକ ଦୁର୍ଘଟଣାରେ ୨ ମୃତ । ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ ୬୩ ର ମାଳିବ୍ରାହ୍ମଣୀ ନିକଟରେ ଟ୍ରକକୁ ମୋଟରସାଇକେଲ ଧକ୍କା ଦ୍ଵବା ଫଳରେ…
ତାଳଚେର ଯୁବକଙ୍କ ମୃତଦେହ ବ୍ରହ୍ମପୁରରୁ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ଯୁବକଙ୍କ ମୃତଦେହ ଗଞ୍ଜାମର ଏକ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି । ମୃତ ଯୁବକ ସମ୍ବିତ ସାହୁ ଏକ…