ରାଜନୀତି ରାଜ୍ୟ ଉପସଭାପତି ଭାବେ ଦ୍ଵିତୀୟ ଥର ପାଇଁ ସୁଜିତଙ୍କୁ ଦାୟିତ୍ଵ Angul OnlineAugust 19, 2022August 19, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ଯୁବ ଦକ୍ଷ ସଂଗଠକ ସୁଜିତ୍ ପ୍ରସାଦ ଦ୍ବିବେଦୀ (ବାପୁ) ଦ୍ଵିତୀୟ ଥର ପାଇଁ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୁଣି ଥରେ ତାଙ୍କୁ ଏହି ଦାୟୀତ୍ଵ ଦେଇଥିବା ବେଳେ ସେ ସର୍ବଦା ବିଜୁ ଜନତା ଦଳ ପାଇଁ ନିଜକୁ ଉତ୍ସର୍ଗ କରି କାର୍ଯ୍ୟକରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ପୂର୍ବରୁ ଅନେକ ଥର ଜିଲ୍ଲା ଛାତ୍ର ସଭାପତି , ରାଜ୍ୟ ଛାତ୍ର ସାଧାରଣ ସଂପାଦକ , ପରେ ପରେ ରାଜ୍ୟ ଯୁବ ସାଧାରଣ ସଂପାଦକ ଦାୟୀତ୍ଵ ସୂଚାରୁ ରୂପେ ତୁଲାଇବା ସହ ଦଳର ଅନେକ ସାଙ୍ଗଠାନିକ ଦାୟିତ୍ଵ ମଧ୍ୟ ନେଇଛନ୍ତି । ଏବେ ଦ୍ଵିତୀୟ ଥର ପାଇଁ ରାଜ୍ୟ ଉପସଭାପତି ଭାବେ ଦାୟୀତ୍ଵ ମିଳିଥିବାରୁ ସେ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଏବଂ ତାଙ୍କର ଆଦର୍ଶ ମାନି ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ତଥା ଅନୁଗୁଳର ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ ସମେତ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି । Advertisement
ବିଶ୍ୱରଞ୍ଜନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିର୍ବାଚିତ ଅନୁଗୋଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଅନୁଗୋଳ ଜିଲ୍ଲା…
ହଜାର ହଜାର ସମର୍ଥକଙ୍କ ସହ ପଦ୍ମ ଧରିଲେ ସଞ୍ଜୀବ ଭୁବନେଶ୍ୱର – ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ନିଜର ହଜାର ହଜାର ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି…
ପୌରାଧକ୍ଷ ମଇଦାନରେ ଆଠ ଯୋଦ୍ଧା ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଗତକାଲି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆଜି ପ୍ରାର୍ଥୀପତ୍ର…