ଅନୁଗୁଳ – ଅନୁଗୁଳ ପୋକତୁଙ୍ଗା ଗାଁ ରଣେଶ୍ୱର ମନ୍ଦିର ଓ ଏହାର ଚତୁଃପାର୍ଶ୍ଵରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ଚୋରି ହୋଇଛି । ଦୁର୍ବୃତ୍ତ ମାନେ ନିକଟସ୍ଥ ଜଙ୍ଗଲକୁ ହୁଣ୍ଡି ଟେକି ନେଇ ସେହିଠାରେ ଭାଙ୍ଗି ସେଥିରେ ଯାହା ଟଙ୍କା ଥିଲା ତାହା ନେଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରଣେଶ୍ୱର ମନ୍ଦିରର ପୂଜକ ଆଜି ସକାଳେ ପୂଜା କରିବାକୁ ଆସିବା ବେଳେ ମନ୍ଦିରର ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ । ସେ ଏ ନେଇ ଗ୍ରାମବାସୀଙ୍କୁ ଖବର ଦେବା ସହ ଦେଖିବା ବେଳକୁ ନିକଟରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ମଧ୍ୟ ଗାଏବ ହୋଇ ଯାଇଥିଲା । ଏ ନେଇ ପୂଜକ ଓ ଗ୍ରାମବାସୀ ପୁଲିସକୁ ସୂଚନା ଦେବା ସହ ଖୋଜାଖୋଜି କରିଥିଲେ । ଏହି ଖୋଜାଖୋଜି ବେଳେ ନିକଟସ୍ଥ ଜଙ୍ଗଲରେ ଦୁଇଟି ଯାକ ହୁଣ୍ଡି ବାକ୍ସ ପଡିଥିବା ବେଳେ ତାକୁ ଭାଙ୍ଗି ସେଥିରେ ଥିବା ଟଙ୍କା ଦୁର୍ବୃତ୍ତ ମାନେ ଲୁଟିଆ ନେଇଥିବା ଦେଖା ଯାଇଛି । ଅଭିଯୋଗ ଆଧାରରେ ବନ୍ତଳା ଥାନା ପୁଲିସ ତଦନ୍ତ କରୁଛି ।
What’s your Reaction?
+1
1
+1
+1
+1
+1
2
+1
2
+1
3