ମୁଖ୍ୟ ଖବର କଣ୍ଟ ପୁରିଲା , ରହିଲା ନାହିଁ ରାଜପଥ ନେଇ ପ୍ରଶାସନ ପ୍ରତିଶୃତି Angul OnlineMarch 31, 2024March 31, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଅନୁଗୁଳ ସଚେତନ ନାଗରିକ ଧାରଣାରେ ବସିଥିଲେ । ଏହି ଜାତୀୟ ରାଜପଥର ଅବସ୍ଥା ଓ ବାଇପାସ କାର୍ଯ୍ଯ ତୁରନ୍ତ ଶେଷ କରିବା ଦାବି ନେଇ ଦିର୍ଘ ଦିନ ଧରି ଧାରଣାରେ ବସିବା ପରେ ପ୍ରଶାସନ ପ୍ରତିଶୃତି ଦେଇଥିଲା । ଧାରଣାସ୍ଥଳକୁ ଅନୁଗୁଳ ଉପ-ଜିଲ୍ଲାପାଳ ବରଣେନ୍ଦୁ ମହାନ୍ତି ଯାଇ ନୋ ଏଣ୍ଟ୍ରି ଲାଗୁ କରାଯିବା ସହ ପଞ୍ଚମହଲା ଠାରୁ ସହର ଭିତର ଦେଇ ବଅଁରପାଳ ପର୍ଯ୍ଯନ୍ତ ଯାଇଥିବା ରାସ୍ତାକୁ ମରାମତି କରାଯିବ ବୋଲି କହିଥିଲେ । ଯାହାକି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହେବ ବୋଲି କହିବା ସହ ଏହି ସମୟ ମଧ୍ଯରେ ବାଇପାସ ରାସ୍ତା ମଧ୍ଯ ସମ୍ପୁର୍ଣ୍ଣ କରାଯିବ ବୋଲି କହିଥିଲେ । ତେବେ ପ୍ରଶାସନ ପ୍ରତିଶୃତି ମୁତାବକ ଆଜି କଣ୍ଟ ପୁରିଥିବା ବେଳେ ନା ବାଇପାସ ନିର୍ମାଣ କାର୍ଯ୍ଯ ସମାପ୍ତ ହୋଇଛି ନା ସହର ଭିତର ଦେଇ ଯାଇଥିବା ଜାତିୟ ରାଜପଥର ମରାମତି କାମ ଶେଷ ହୋଇ ପାରିଛି । ଏହି ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଜାତୀୟ ରାଜପଥ ଉପରେ ନିର୍ଭର କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । Advertisement
କ୍ୟାମେରା ନଜରରେ ଅନୁଗୁଳ ସହର ଅନୁଗୁଳ – ସିସି ଟିଭି ନଜରରେ ରହିବ ଅନୁଗୁଳ ସହର । ମୁଖ୍ୟ ବଜାର ସମେତ ଗଳିକନ୍ଦିରେ ଲାଗିବ ସିସି ଟିଭି କ୍ୟାମେରା ଅନୁଗୁଳ ପୌରପାଳିକା ପକ୍ଷରୁ…
ପୋଖରୀରେ ବୁଡି ସମ୍ବରର ମୃତ୍ୟୁ ଛେଣ୍ତିପଦା – ପୋଖରୀରେ ବୁଡି ସମ୍ବରର ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଘଟିଛି । ଆଜି ଦିନ ପ୍ରାୟ…
ଡିଜେ ବନ୍ଦ କରିବାରୁ ପୁଲିସକୁ ଆକ୍ରମଣ – ଘଟଣାରେ ୭ ଅଟକ ଅନୁଗୁଳ – ବିଳମ୍ବିତ ରାତି ଯାଏଁ କାର୍ତ୍ତିକେଶ୍ବର ପୂଜା ଭଷାଣି ଉତ୍ସବ ଚାଲୁଥିବା ବେଳେ ଅଭିଯୋଗ ପାଇ ଯାଇଥିବା କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୭…