ମୁଖ୍ୟ ଖବର ଜାତୀୟ ରାଜପଥ ସମସ୍ୟା ନେଇ ୨୪ ତାରିଖ ଓକିଲ ସଂଘ କରିବ ରାଜପଥ ଅବରୋଧ Angul OnlineJuly 22, 2022July 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତାରେ ଯାତାୟତ କରିବା ପାଇଁ ଲୋକମାନେ ଭୟ କରୁଛନ୍ତି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରଛନ୍ତି ଅନୁଗୁଳ ଓକିଲ ସଂଘ । ଏହି ଜାତୀୟ ରାଜପଥ ନେଇ ଆଲୋଚନା କରିବାକୁ ଆଜି ସଂଘ ପକ୍ଷରୁ ଏକ ଜରୁରୀ ବୈଠକ କରାଯାଇଥିଲା । ସଂଘ ସଭାପତି ଦିଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ ଶହରୁ ଅଧିକ ଓକିଲ ଯୋଗ ଦେଇଥିଲେ । ଜାତୀୟ ରାଜପଥର ଏମିତି ଅବସ୍ଥା ନେଇ ଶୃଙ୍ଖଳିତ ଭାବେ ଆନ୍ଦୋଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଆସନ୍ତା ୨୪ ତାରିଖରେ ଜାତୀୟ ରାଜପଥକୁ ୬ ଘଣ୍ଟା ପାଇଁ ଅବରୋଧ କରାଯିବ । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥକୁ ବନ୍ଦ କରାଯିବ । ୨୫ ତାରିଖ ଅପରାହ୍ନରେ ସଂଘର ସାଧାରଣ ବୈଠକ କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନେଇ ଆଲୋଚନା କରାଯିବ । ଆନ୍ଦୋଳନ ସମୟରେ ଜରୁରୀ ସେବା ଯେମିତି ବାଧାପ୍ରାପ୍ତ ହେବନି ସେ ଦିଗରେ ଧ୍ୟାନ ଦିଆଯିବ ବୋଲି ଓକିଲ ସଂଘ ପକ୍ଷରୁ କୁହା ଯାଇଛି । Advertisement
ସଡକ ଦୁର୍ଘଟଣାରେ ମାମୁଁ ଭାଣିଜୀ ମୃତ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ମାମୁଁ-ଭାଣିଜୀ…
ତାଳଚେର ଏସ.ଡି.ପି.ଓ. ହେଲେ ଗଜପତି ଏସ.ପି. ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ତାଳଚେର ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ସ୍ୱାଥି ଏସ କୁମାରଙ୍କୁ ଗଜପତି ଜିଲ୍ଲାର ପୋଲିସ ଅଧୀକ୍ଷକ ଭାବରେ ନିଯୁକ୍ତ କରା ଯାଇଛି ।…
ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଲଙ୍ଗ ଗାଁରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ…