ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ ଫୋପାଡିବା ଘଟଣା – ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି , ୩ ଦିନ ମହଲତ ଦେଲା କଂଗ୍ରେସ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ ଫୋପାଡିବା ଘଟଣା – ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି , ୩ ଦିନ ମହଲତ ଦେଲା କଂଗ୍ରେସ

ଅନୁଗୁଳ – ଅନୁଗୁଳ ମୁଖ୍ୟ ଡାକ୍ତରଖାନାର ଏକ ଷ୍ଟାଫ କ୍ବାଟର ଭାଙ୍ଗିବା ବେଳେ ଲକ୍ଷାଧିକ ଟଙ୍କାର ଏକ୍ସପାରି ଔଷଧ ମିଳିଥିବା ଘଟଣାକୁ ନେଇ ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚା ଓ କଂଗ୍ରେସ ସ୍ୱାସ୍ଥ୍ୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଉପରେ ଗରଜିଛନ୍ତି । ଉଭୟଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଘଟଣାର ସଠିକ ତଦନ୍ତ କରି ଏତେ ଔଷଧ ନ ବାଣ୍ଟି ନଷ୍ଟ କରିଥିବା ଯୋଗୁଁ ଏଥିରେ ଯେଉଁ ମାନଙ୍କ ସମପୃକ୍ତି ରହିଛି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରା ଯାଇଛି । ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା, , ସିକୁରୀଟି ଗାର୍ଡ ଇଂଜେକସନ ଦେବା  , ଫର୍ମାସିଟ ବାହାରେ ଔଷଧ ବିକିବା ପାଇଁ ପ୍ରଶାସନିକ ଅବହେଳା ଦାୟୀ ବୋଲି ଅଭିଯୋଗ ହୋଇଛି । ଏଥିପାଇଁ  ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ପ୍ରକାଶ କରିଛନ୍ତି । ଜିଲ୍ଲାର  ଗର୍ଭବତୀ ମହିଳା ,ଶିଶୁ ଓ  ଜନସାଧରଣଙ୍କ ପାଇଁ ଆସୁଥିବା କୋଟି କୋଟି ଟଙ୍କାର ଔଷଧର ଉଚିତ ବ୍ୟବହାର ନହୋଇ ଏହାକୁ ଏକ୍ସପାରି କରିବା ପଛରେ ବ୍ୟାପକ ଦୁର୍ନୀତି କରାଯାଇଛି ବୋଲି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ପ୍ରକାଶ କରିଛନ୍ତି । ବ୍ୟାପକ ଏକ୍ସପାରି ଔଷଧ କିପରି ଏକ କ୍ବାଟର ଭିତରେ ବର୍ଷ ବର୍ଷ ଧରି ଥିଲା ଏବଂ ରାତି ଅଧିଆ କାହିଁକି ଔଷଧ ବାହାରକୁ ନେବାକୁ ଚେଷ୍ଟା ହେଉଥିଲା ଏହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ମୂଲ୍ୟବାନ ଔଷଧ ଦୁର୍ନିତର ଉଚ୍ଚସ୍ତରୀୟ ତଦନ୍ତ , କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ସଚିବ , ସ୍ୱାସ୍ଥ୍ୟ ନିର୍ଦେଶକ, ରାଜ୍ୟ ଔଷଧ ନିର୍ଦେଶକ ନିଗମ ନିର୍ଦେଶକ ମିଳିତ ତଦନ୍ତ ପାଇଁ ବିଜେପି ମହିଳା ମୋର୍ଚା ଦାବୀ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ରୋଜାଲିନ ଦାସ , ପ୍ରତିମା ମିଶ୍ର ଜିଲ୍ଲା ବିଜେପି ସମ୍ପାଦିକା ନମିତା ଦଳବେହେରା ଓ ବିଜେପି ମିଡିଆ ପ୍ରଭାରୀ ସରିତା ମିଶ୍ର ଉପସ୍ଥିତ ଥିଲେ ।

ସେହିପରି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଅଫିସ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ଓବିସି ସେଲ ସଭାପତି ଜିତେନ୍ଦ୍ର କୁମାର ସାହୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମ୍ପୁର୍ଣ୍ଣ  ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି ପ୍ରକାଶ କରିଥିଲେ । ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହେବା ଓ ମେଡିକାଲରେ ସିକୁରୀଟି ଇଞ୍ଜେକ୍ସନ ଲଗାଇବା, ଟର୍ଚ୍ଚ ଲଗାଇ ଡ୍ରେସିଙ୍ଗ କରିବା , ଲିଫ୍ଟ ବାରମ୍ବାର ବନ୍ଦ ହେବା ,ଏପରି ସମସ୍ୟା କେବଳ ଅନୁଗୁଳ ମେଡିକାଲରେ ଦେଖାଦେଉଛି । ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧକୁ ଲୁଚେଇ ରଖି ଷ୍ଟକ ନଥିବା ଦର୍ଶାଇ ସମ ପରିମାଣର ଔଷଧ ଲୋକାଲ ବଜାରରୁ କିଣାଯାଇଛି ଏହାଦ୍ୱାରା କମିଶନ କାରବାର ହୋଇଥବା ଅଭିଯୋଗ କରିଛି କଂଗ୍ରେସ । ବର୍ତ୍ତମାନ ମଧ୍ୟ ଅନ୍ୟ ଏକ ଫାର୍ମାସିଷ୍ଟଙ୍କ ବାସଭବନରେ ବହୁ ପରିମାଣରେ ଔଷଧ ଥିବା ସୂଚନା ଅଛି ବୋଲି କଂଗ୍ରେସ ପ୍ରକାଶ ହୋଇଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଏପରି ଅବହେଳା ପୂର୍ବରୁ ଦେଖାଦେଇନଥିଲା । ଏହି ସମସ୍ୟା ପାଇଁ ସିଡିଏଓ ,ଏଡିଏମଓ ଓ ମେଡିକାଲ ମ୍ୟାନେଜର ସମ୍ପୁର୍ଣ୍ଣ ଦାୟୀ କହିବା ସହ ତୁରନ୍ତ ସିଡିଏମଓ ବଦଳି ଦାବିକରିଛି । ଏଆହା ସହ ଏହି ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ୩ ଦିନ ମହଲତ ଦେଇଛି କଂଗ୍ରେସ । ୩ ଦିନ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହଲେ ରାଜରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛି । ଏହା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଏସସି ସେଲ ଚେୟାରମ୍ୟାନ ନୀଳକଣ୍ଠ ନାଏକ, ଲିଗାଲସେଲ ପ୍ରେସିଡେଣ୍ଟ ଧର୍ମେନ୍ଦ୍ର ମିଶ୍ର , ଗୋପାଳ ନାଥ , ଅମୁଲ୍ୟ ବେହେରା , ପ୍ରଶାନ୍ତ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ଥିଲେ ।

What’s your Reaction?
+1
1
+1
0
+1
1
+1
0
+1
7
+1
0
+1
0

Leave a Reply