ଡଙ୍ଗା ଓଲଟି ଜଣେ ମୃତ

ଡଙ୍ଗା ଓଲଟି ଜଣେ ମୃତ

ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଥିବା ରେଙ୍ଗାଳି ଡ୍ୟାମର ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ହୋଇଛି ମୃତକ ଜଣଙ୍କ ହେଲେ ଦେବଗଡ଼ ଜିଲ୍ଲା ବରକୋଟ ଥାନା ଠିଆନାଳ ଗ୍ରାମର ଭାଗ୍ୟ ଧୀବର ବୋଲି ଜଣା ପଡିଛି ସେ ଗତ କାଲିଠାରୁ ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇ ଘରକୁ  ଫେରିନଥିଲେ ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ବହୁ ଖୋଜ ଖୋଜି କଲା ପରେ ଆଜି ତାଙ୍କ ମୃତଦେହ ଭାସୁଥିବା ଦେଖି ପାଲଲହଡା ଅଗ୍ନିଶମ ବିଭାଗ ଏବଂ ପୁଲିସ କୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବିଭାଗ ମୃତ ଦେହକୁ ଉଦ୍ଧାର କରିବା ସହ ପୁଲିସ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି

What’s your Reaction?
+1
0
+1
0
+1
1
+1
0
+1
2
+1
0
+1
5

Leave a Reply