ମୁଖ୍ୟ ଖବର ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଅଭୟାରଣ୍ୟ ଭିତରୁ ଉଦ୍ଧାର Angul OnlineDecember 21, 2021December 21, 2021 ଅନଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କରଡାପଡା ଗ୍ରାମରୁ ଦାନ୍ତକାଠି ଆଣିବାକୁ ଯାଇ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଆଜି ଉଦ୍ଧାର ହୋଇଛି । ମୃତକ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ କରଡାପଡା ଗ୍ରାମର ୫୦ ବର୍ଷୀୟ ବିଦ୍ୟାଧର ବେହେରା ଗତ ରବିବାର ଦିନ ପ୍ରାୟ ଏଗାରଟା ବେଳେ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ କରିବାକୁ ଯାଇଥିଲେ । ତେବେ ସେହିଦିନଠାରୁ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ପୁରୁଣାକୋଟ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଗଇଁଦି ନିକଟରେ ଥିବା ମୁଣ୍ଡାପଡ଼ିଆ ଠାରେ ବିଦ୍ୟାଧରଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିବାର ଠାବ କରିଥିଲେ । ଘଟଣା ସ୍ଥଳରେ ହାତୀର ମଳ ପଡ଼ିଥିବାରୁ ବିଦ୍ୟାଧରଙ୍କୁ ହାତୀ ମାରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖବର ମିଳିବା ପରେ ଏସିଏଫ ଶ୍ରୀ ଶୁଭେନ୍ଦୁ ବେହେରା , ବନ୍ତଳା ଅଧିକାରୀ ଶ୍ରୀ ମାଗୁଣୀ ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତେବେ ବିଦ୍ୟାଧରଙ୍କ ମୃତ୍ୟୁ କିଭଳି ହୋଇଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ବନ ବିଭାଗ ଓ ପୁଲିସ କହିଛି । Advertisement
ବାହାଘର ଶୋଭାଯାତ୍ରା ବେଳେ ବାଣ ଫୁଟି ଜଣେ ମୃତ କଣିହାଁ – ବିବାହ ଶୋଭାଯାତ୍ରାରେ ବାଣ ଫୁଟାଉ ଥିବା ବେଳେ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଶୁସୁବା ଗ୍ରାମପଞ୍ଚାୟତ…
ହାତୀ ନେଲା ଆଉ ଜଣେ ବୃଦ୍ଧାଙ୍କ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ଆଜି…
ମଦ୍ୟପାନ କରି ଲକ୍ଷ୍ମୀ ବସ ଚଳାଉଥିଲେ ଡ୍ରାଇଭର – ଅଟକ ରଖିଲେ ଲୋକେ ଅନୁଗୁଳ – ଅନୁଗୁଳ ଜିଲ୍ଲା ଡାବରଧୁଆଁ ଛକ ଠାରୁ ଲକ୍ଷ୍ମୀ ବସ ଡ୍ରାଇଭରକୁ ପୋଲିସ ଅଟକ ରଖିଛି। ସୂଚନା ଯେ, ଅନୁଗୋଳ ଅଞ୍ଚଳରୁ ବଡକେରଜାଙ୍ଗ ଆଡକୁ ଲୋକ…