ମୁଖ୍ୟ ଖବର ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର Angul OnlineJuly 7, 2022July 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଠାରେ ଥିବା ନକୁଳଚନ୍ଦ୍ର ମୁକ ବଧିର ବିଦ୍ୟାଳୟର ଜଣେ ନିଖୋଜ ଛାତ୍ରୀଙ୍କ ଆଜି ମୃତଦେହ ଉଧାର ହୋଇଛି । ସୂଚନା ଅନୁସାରେ ବିଦ୍ୟାଳୟର ୮ ବର୍ଷର ଛାତ୍ରୀ ଗତ ଜୁନ ମାସ ୨୨ ତାରିଖରେ ନିଖୋଜ ହୋଇଥିଲେ । ଏ ନେଇ ଛାତ୍ରୀଙ୍କ ମା ‘ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ନିଖୋଜର ଏତେଦିନ ବିତି ଗଲା ପରେ ଗୁରୁବାର ଅପରାହ୍ନରେ ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୋଲୋଇ ଗାଁ ନିକଟ ନନ୍ଦୀରା ନାଳରେ ଛାତ୍ରୀଙ୍କ ପରିତ୍ୟକ୍ତ ଅବସ୍ଥାରେ ମୃତଦେହ ଜବତ କରା ଯାଇଛି । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
କାହିଁକି ଗାଳି କଲେ ବିଧାୟକ ବ୍ରଜ କିଶୋର ? ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଘୁରି ବୁଲୁଛି । ଯେଉଁଥିରେ ବିଧାୟକ ଏକ କମ୍ପାନୀର ଲୋକଙ୍କୁ…
ଟ୍ରକ ଧକ୍କାରେ ମହିଳା ମୃତ, ନାବାଳକ ଗୁରୁତର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ମହିତଳା ମନ୍ଦିର ଛକ ନିକଟରେ ଏକ ମୋଟରସାଇକେଲକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ…
ଦୁଇ ଦୁର୍ନୀତିଗ୍ରସ୍ତଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ସରକାର ପୁଣି ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ…