ମୁଖ୍ୟ ଖବର ଜିଲ୍ଲାରେ ଦୁଇ ନୁଆଁ ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ Angul OnlineJanuary 9, 2023January 9, 2023 ଅନୁଗୁଳ – ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାଜ୍ୟରେ ୩୦ଟି ନୂଆ ଥାନାର ଉଦଘାଟନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଫାଣ୍ଡିକୁ ଥାନାର ମାନ୍ୟତା ଦେଇ ଭରଚୁଆଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବଢ଼ୁଥିବା ସାଇବର କ୍ରାଇମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଉଦଘାଟିତ ହୋଇଥିବା ନୂଆ ଥାନା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଦୁଇଟି ଥାନା ରହିଛି । ଛେଣ୍ଡିପଦା ଥାନା ଅଧୀନରେ ଥିବା ବାଗଡିଆ ଫାଣ୍ଡି ଓ ତାଳଚେର ଥାନା ଅଧୀନରେ ଥିବା ବଲରାମପ୍ରସାଦ ଫାଣ୍ଡିକୁ ଥାନାର ମାନ୍ୟତା ମିଳିଛି । ଏହି କ୍ରମରେ ବାଗଡ଼ିଆ ଥାନା ଅଧିକାରୀ ଭାବେ ମାନସ କୁମାର ମହାକୁଲଙ୍କୁ ଓ ଗୋପାଳପ୍ରସାଦ ଥାନା ଅଧିକାରୀ ଭାବେ ଦୁଷ୍ମନ୍ତ କୁମାର ସିଂଙ୍କୁ ଦାୟିତ୍ୱ ଦିଆ ଯାଉଛି । https://angulonline.com/wp-content/uploads/2023/01/VID-20230109-WA0005.mp4 Advertisement
ସାରା ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ ଭୁବନେଶ୍ୱର -(ଅନୁଗୁଳ ଅନଲାଇନ)- ଜୁଲାଇ ୧ , ୨୦୨୪ରୁ ସାରା ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ…
ବାଜିରାଉତ ଛାତ୍ରାବାସରେ ଭବ୍ୟ ନିର୍ମାଣ କରି ହେବ ପର୍ଯ୍ୟଟନ ସ୍ଥଳ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ତୁମ୍ବିତୋଫାନ ହେଲାପରେ ହଠାତ୍ ଚେଇଁ ଉଠିଛି ରାଜ୍ୟ ସଂସ୍କୃତି ବିଭାଗ । ଖୋଦ୍ ଓଡ଼ିଆ…
ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା ଅନୁଗୁଳ – ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ହେଲେ ଲୁଟେରାଙ୍କୁ ସାହସର ସହ ପିଛା କରି ଲୁଟେରାଙ୍କ…