ମୁଖ୍ୟ ଖବର ନିଆଁରେ ପୋଡି ହୋଇ ଦମ୍ପତିଙ୍କ ମୃତ୍ୟୁ Angul OnlineNovember 12, 2021November 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବାରସିଂହା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବଡମ୍ବା ନୂଆଁପାଟଣା ଗାଁର ବିବି ସାହୁ , ତାଙ୍କ ସ୍ତ୍ରୀ ଓ ୨ ଶିଶୁ କନ୍ୟା ଗତ କିଛି ବର୍ଷ ବାରସିଂହା ଗାଁରେ ସୁନା ଗହଣା କାମ କରିବା ସହ ଘର କରି ରହୁଥିଲେ । ତେବେ ଗତ ୪ ତାରିଖ ରାତିରେ ଦୀପାବଳି ସାରି ସକାଳୁ ବିଳମ୍ବରେ ଉଠି ନିତ୍ୟକର୍ମ ଆରମ୍ଭ କରିବା ବେଳେ କଣ ଅଘଟଣ ଘଟିଲା କେଜାଣି ସକାଳ ପ୍ରାୟ ୮ ଟା ସମୟରେ ବିବି ସାହୁ ଓ ତାଙ୍କ ପତ୍ନୀଙ୍କ ଦେହରେ ନିଆଁ ଲାଗି ଯିବାରୁ ଗୁରୁତର ହୋଇ ଯାଇଥିଲେ । ସାଇପଡିଶା ଉଭଯଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ପରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ତେବେ ଆଜି ଉଭୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କ ମର ଶରୀରକୁ ବଡମ୍ବା ନୂଆପାଟଣା ସ୍ଥିତ ତାଙ୍କ ପୈତୃକ ଗ୍ରାମକୁ ନିଆଯାଇ ଶେଷକୃତ୍ୟ କରା ଯାଇଛି । Advertisement
ବିଧାୟକଙ୍କ ଉପରେ ପଞ୍ଚାୟତ ପ୍ରତିନିଧି ଖପା – ଦେଲେ ଇସ୍ତଫା ଚେତାବନୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପଞ୍ଚାୟତ ସମିତି ୭ ନମ୍ବର ଜୋନର ତ୍ରୀସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ କିଛି ପ୍ରତିନିଧି ମାନେ ସ୍ଥାନୀୟ ବିଧାୟକଙ୍କ…
ଚାଷ କାମ ବେଳେ ଅଘଟଣ – କୂଅରେ ଟ୍ରାକ୍ଟର ପଡି ଜଣେ ମୃତ ଅନୁଗୋଳ – ଚାଷ କାମ କରୁଥିବା ବେଳେ ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗାଁରେ ଅଘଟଣ ଘଟି ଯାଇଛି । ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଅସାବଧାନତା…
ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଅନୁଗୁଳ – ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । ଦଣ୍ଡାଦେଶ ଦେଲେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୦/୧୦/୨୦୧୭ ମସିହାରେ ଏହି ଟ୍ରିପଲ ମଡର…