ବଢିଲେ କୁମ୍ଭୀର , କମିଲେ ପକ୍ଷୀ

ବଢିଲେ କୁମ୍ଭୀର , କମିଲେ ପକ୍ଷୀ

ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି ।

ଚଳିତ ବର୍ଷ ଗଣ୍ଡରେ ଉଭୟ ମଗର ଓ ଘଡିଆଳ କୁମ୍ଭୀରଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ପକ୍ଷୀ ସଂଖ୍ଯା ହ୍ରାସ ପାଇଥିବା ଜଣା ପଡିଛି । ଚଳିତ ବର୍ଷ ମହାନଦୀ ଗଣ୍ଡରେ ୯୭ଟି ମଗର , ୧୪ ଟି ଘଡିଆଳ କୁମ୍ଭୀର ଥିବା ବନ ବିଭାଗ ପକ୍ଷରୁ ସୁଚନା ମିଳିଛି । ତେବେ ୮୧ ପ୍ରଜାତିର ୩୩୩୦ ପକ୍ଷୀ ଥିବା ସୂଚନା ଦେଇଛନ୍ତି ସାତକୋଶିଆ ଡି ଏଫ ଓ ସରୋଜ ପଣ୍ଡା । ତେବେ ଗତ ବର୍ଷ ମହନଦୀ ଗଣ୍ଡରେ ୭ ଟି ଘଡ଼ିଆଳ ଥିବା ବେଳେ ୮୧ ଟି ମଗର ପ୍ରଜାତି କୁମ୍ଭୀର ଥିଲେ । ଚଳିତ ବର୍ଷ ଆଉ ୧୬ ଟି ମଗର ଓ ଦୁଇଗୁଣା ଘଡିଆଳ ବୃଦ୍ଧି ହେବା ସାତକୋଶିଆ ପାଇଁ ଖୁସି ଖବର ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply