ମୁଖ୍ୟ ଖବର ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର – ଗ୍ରାମବାସୀ ହେଲେ ଆଶ୍ବସ୍ତ Angul OnlineJuly 2, 2023July 2, 2023 ଅନୁଗୋଳ – ଗତ ଏକ ବର୍ଷ ହେବ, ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗ୍ରାମ ପୋଖରୀରେ ରହିଥିବା ଏକ କୁମ୍ଭୀରକୁ ଶେଷରେ ବନବିଭାଗ ଧରିବାରେ ହୋଇଛି ସକ୍ଷମ ।ଗତ ଏକବର୍ଷ ଧରି କୁମ୍ଭୀରକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏହାକୁ ନେଇ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା ।କୁମ୍ଭୀରକୁ ଉଦ୍ଧାର କରିବାକୁ ନେଇ ଗ୍ରାମବାସୀ ଅଫିସ ଆଗରେ ବିକ୍ଷୋବ କରିଥିଲେ । ବନବିଭାଗ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି କୁମ୍ଭୀର ଉଦ୍ଧାର ନିମନ୍ତେ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ଏ ନେଇ ବନବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।ଆଉ ଆଜି ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ କୁମ୍ଭୀର କାର୍ଯ୍ୟକ୍ରମ ।ଜାଲ ସାହାଯ୍ୟରେ ବନବିଭାଗ କୁମ୍ଭୀର ଧରିବାକୁ ପ୍ରାୟ ସକାଳ ୯ଟାରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ ।ଶେଷରେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲା । ପରେ କୁମ୍ଭୀରର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ମହାନଦୀର ସାତକୋଶିଆ ଗଣ୍ଡରେ ଛଡ଼ାଯିବା ପାଇଁ ନିଷ୍ପତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୁଣାକୋଟ ବନାଞ୍ଚଳ ଅଧିକାରୀ । ଉଦ୍ଧାର କୁମ୍ଭୀର ମଗର ପ୍ରଜାତିର ହୋଇଥିବାବେଳେ ପୋଖରୀରେ ଅନ୍ୟ ଏକ କୁମ୍ଭୀର ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ତାକୁ ପୋଖରୀରୁ ଧରିବା ପାଇଁ ଦାବି କରିଛନ୍ତି । Advertisement
ସୁନ୍ଦରଗଡ ଗଣହତ୍ୟା ଅଭିଯୁକ୍ତ ଅନୁଗୁଳରୁ ଗିରଫ ଅନୁଗୁଳ – ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣା । କେଇ ମିନିଟ୍ ମଧ୍ଯରେ ଗଡି ଯାଇଥିଲା ୫ ମୁଣ୍ଡ…
ଭିଜନ -୨୦୨୩ , ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହେବ ଅନୁଗୁଳ – ଆସନ୍ତା ୨୦୨୩ ମସିହାରେ ଅନୁଗୁଳ ଜିଲ୍ଲା ୩୦ବର୍ଷରେ ପଦାର୍ପଣ କରିବ । ଆଉ ଏହି ୨୦୨୩ ବେଳକୁ ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ…
ଜିଲ୍ଲାରେ ଛାତ୍ରୀଙ୍କ ତୁଳନାରେ ଅଧିକ ଛାତ୍ର ପାସ ଅନୁଗୋଳ – ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ଼ ) ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଗୁରୁବାର ପୂର୍ବାହ୍ନରେ ପ୍ରକାଶ ପାଇଛି । ତେବେ ଏହି…