ଆଞ୍ଚଳିକ ପଣସ ଖାଇବାକୁ ଆସି ହାତୀ ମୃତ Angul OnlineJune 15, 2021June 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପ୍ରକାଶ ଯେ ଆମ୍ବ ବଗିଚା ପାଇଁ ସୋଲାର କରେଣ୍ଟ ଦ୍ୱାରା ତାର ବାଡ ଦିଆ ଯାଇଥାଏ । ଗତକାଲି ରାତିରେ ହାତୀ ସେହି ପାଖରେ ଥିବା ପଣସ ଖାଇ ଯିବା ସମୟରେ ତାର ବାଡ ସମ୍ପର୍ଶରେ ଆସିଥିଲା । ଆଉ ବିଦ୍ୟୁତ ଆଘାତ ଲାଗି ସେଠାରେ ହିଁ ହାତୀଟି ମୃତ୍ୟୁ ମୁଖରେ ପଡିଥିଲା । ସ୍ଥାନୀୟ ଲୋକ ମୃତ ହାତୀ ଦେଖି ବନ ବିଭାଗକୁ ସୂଚନା ଦେଇ ଥିଲେ । ତେବେ ସୋଲାର ତାରରେ ଏତେ ଶକ୍ତ ବିଦ୍ୟୁତ କିଭଳି ଆସିଲା ତାହା ସନ୍ଦେହ ସୃଷ୍ଟି ହୋଇଛି । ବନ ବିଭାଗ ଏ ନେଇ ମଧ୍ୟ ତଦନ୍ତ କରୁଛି । Advertisement
ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି…
ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି…
ଟ୍ରାକ୍ଟର ଓଲଟି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ବତିଷ୍ଠ ପଟନାୟକ…