ଆଞ୍ଚଳିକ ଶତାୟୁ ମହିଳାଙ୍କ ଜନ୍ମଦିନ ପାଳିଲେ ପରିବାର Angul OnlineAugust 7, 2023August 7, 2023 ଅନୁଗୁଳ – ଅନୁଗୁଳ ବ୍ଳକ୍ ଅନ୍ତର୍ଗତ ବାଳୁଅକଟା ଗାଁ ପଦ୍ମାବତୀ ପ୍ରଧାନଙ୍କ ଶହେତମ ଜନ୍ମଦିନ ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମରେ ପାଳିତ ହୋଇଛି । ତାଙ୍କ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ନଗରପାଳ ଶକ୍ତିପ୍ରସାଦ ପଟ୍ଟନାୟକ, ଅନୁଗୁଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା, ଆଶ୍ରମର ମୁଖ୍ୟ ମିନତି ଭଉଣୀ ଯୋଗ ଦେଇଥିଲେ । ଏହି ଅବସରରେ କେକ୍ କଟାଯିବା ସହ ତାଙ୍କ ସଂପର୍କିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା ଅତିଥି ଓ ପରିବାରବର୍ଗ ଶ୍ରୀମତି ପ୍ରଧାନଙ୍କ ସମ୍ପର୍କରେ ମତ ରଖିଥିଲେ। ପଦ୍ମାବତୀ ନିଜ ସୁସ୍ଥ ଜୀବନର ରହସ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମରେ ତାଙ୍କର ୬ପୁଅ, ଗୋଟିଏ ଝିଅ, ୨ ପୁତୁରା ଓ ନାତିନାତୁଣୀଙ୍କ ସହ ପରିବାରର ୪୭ ଜଣ ସଦସ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶ୍ରୀନିବାସ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ସୁଲୋଚନା ପ୍ରଧାନ, ଉପେନ୍ଦ୍ର ପ୍ରଧାନ, ତପନ ପ୍ରଧାନ, ମାନସ ଦେହୁରୀ, ପ୍ରଦୀପ୍ତ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ। Advertisement
କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା…
ପ୍ରଧାନମନ୍ତ୍ରୀଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ର ପ୍ରତିବାଦରେ ବିଜେପିର ମୌନ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ଦିନ ଶିମିଳିପଡା ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ମୌନ ଧାରଣା ଦିଆ ଯାଇଥିଲା ।…
କୋଭିଡ କଟକଣାରେ ମା’ବାୟାଣୀ ପୂଜା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପଡା ଗ୍ରାମର ମା’ବାୟଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବୁଧବାର ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ…